ମେ’ ୧୯ରେ ପାଟକୁରାରେ ହେବ ନିର୍ବାଚନ

patkura assembly election on may

ପାଟକୁରା ବିଧାନସଭା ଆସନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ କେନ୍ଦ୍ରାପଡ଼ା ଜିଲାର ପାଟକୁରା ବିଧାନସଭା ଆସନରେ ନିର୍ବାଚନକୁ ନେଇ ଲାଗି ରହିଥିବା ଚର୍ଚାରେ ଅବସାନ ହୋଇଛି । ପାଟକୁରା ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୧୯ ତାରିଖରେ ଏହି ଆସନ ପାଇଁ ଭୋଟ ଗ୍ରହଣ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଏଥିପାଇଁ ମେ ୧ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ସୂଚନାଯୋଗ୍ୟ,ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ସେଠାରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଅନ୍ୟ ଦଳର ପାର୍ଥୀଙ୍କ ପାର୍ଥିପତ୍ର କାୟମ ରହିଥିବା ବେଳେ କେବଳ ବେଦପ୍ରକାଶଙ୍କ ବଦଳରେ ବିଜେଡି ପାର୍ଥୀ ଦେବ । ଏପର୍ଯ୍ୟନ୍ତ ବିଜେଡିରୁ କିଏ ପାର୍ଥୀ ହେବ ଘୋଷଣା ହୋଇନଥିବା ବେଳେ ବେଦପ୍ରକାଶଙ୍କ ପୁଅଙ୍କୁ ଟିକେଟ ମିଳିବା ନେଇ ଚର୍ଚା ହେଉଛି ।

Previous ୨୭କୁ ଘୁଞ୍ଚିଲା ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି
Next ଯାଜପୁର ଓ ଭୁବନେଶ୍ୱରରୁ ୧୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ

No Comment

Leave a reply

Your email address will not be published. Required fields are marked *