ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୬ ମହଲାରୁ ଡେଇଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ବିଜୟ ବେହେରା। ତାଙ୍କ ଘର ଗଁଦିଆ ଥାନା ଅନ୍ତର୍ଗତ ମହୁଲଖୋଳ ଗାଁରେ। ଅଂଶୁଘାତରେ ଆକ୍ରାନ୍ତ ହୋଇ ବିଜୟ ଦେଓଗାଁ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଥିଲେ। ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ପ୍ରାୟ ୮: ୨୦ ମିନିଟ୍ ସମୟରେ ପରିସ୍ରା ଯିବି କହି ବାହାରକୁ ଆସି ବିଜୟ ୬ ତାଲା କୋଠାର ଛାତ ଉପରକୁ ଯାଇ ବ୍ଲେଡ୍ରେ ନିଜ ହାତ କାଟି ପକାଇଥିଲେ। ତା’ପରେ ସେ ର୍ୟାମ୍ପ୍ରୁ ତଳକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଟାଉନ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଚିକିତ୍ସାଳୟ ଛାତରୁ ଡେଇଁ ରୋଗୀ ମୃତ
patient jumps off 6th floor of hospital building dies

No Comment