ପାଣି ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ନିହାତି ଜରୁରୀ। କିନ୍ତୁ ଆପଣ ଜାଣିଛନ୍ତି କି ମାତ୍ରାଧିକ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଅନେକ ଲୋକ ଭାବିଥାନ୍ତି ଯେତେ ଅଧିକ ପାଣି ପିଇବ ସେତେ ସୁସ୍ଥ ରହିବ ଶରୀର, ଏହା ଏକ ଭୁଲ ଧାରଣା କହିଲେ ଚଳେ । ଅତିରୁ ଇତି ଭଳି ସବୁ ଜିନିଷର ଅଧିକ ବ୍ୟବହାର ଖରାପ ହୋଇଥାଏ । ତେବେ ଜାଣିରଖନ୍ତୁ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଦ୍ଵାରା ଆମର କଣ କ୍ଷତି ହୋଇଥାଏ ଓ ଶରୀରରେ କେଉଁ ସମସ୍ୟା ଦେଖାଯାଏ । ବିଶେଷ କରି ମହିଳା ଓ ଶିଶୁଙ୍କ ପାଇଁ ଅଧିକ ପାଣି ପିଇବା କ୍ଷତିକାରକ ହୋଇଥାଏ
– ଅଧିକ ମାତ୍ରାରେ ପାଣି ପିଇବା ଦ୍ଵାରା ଶରୀରରେ ପାଣି ସଂକ୍ରମଣ ହୋଇଥାଏ। ଶରୀରକୁ ଆବଶ୍ୟକୀୟ ପରିମାଣର ସୋଡିୟମ ମିଳିନଥାଏ। ଏହାଦ୍ୱାରା ବ୍ୟକ୍ତିର ଚିନ୍ତା କରିବା ଶକ୍ତି ଉପରେ ପ୍ରଭାବ ପଡିଥାଏ ଓ ସେ ତାର ନିଜ ଉପରେ ଅନେକ ସମୟରେ ନିୟନ୍ତ୍ରଣ ରଖିପାରେନି ।
– ଆବଶ୍ୟକଠାରୁ ଅଧିକ ପାଣି ପିଇବା ଦ୍ଵାରା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରୁଥିବା ପାଚକ ରସ କାମ କରିବା ବନ୍ଦ କରିଦିଏ । ଯାହାଦ୍ୱାର ଆପଣ ଖାଦ୍ୟ ହଜମ ସମସ୍ୟା ଭୋଗିପାରନ୍ତି। କେବଳ ସେତିକି ନୁହେଁ ଅଧିକ ପାଣିପିଇବା ଦ୍ଵାରା ହୃଦଘାତ ବା ଅନ୍ୟାନ୍ୟ ହୃଦୟ ଜନିତ ରୋଗ ହେବାର ଆଶଙ୍କା ବଢିଯାଇଥାଏ। ଏହାସହ କିଡନୀ ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। କାରଣ ଅଧିକ ପାଣି ପିଇବା ଦ୍ଵାରା କିଡନୀକୁ ଅଧିକ କାମ କରିବାକୁ ପଡିଥାଏ।
– ଶରୀରରେ ପାଣିର ମାତ୍ରା ବଢିବା ଦ୍ଵାରା ଲୁଣର ମାତ୍ରା କମି ଯାଇଥାଏ। ଏହି ଅବସ୍ଥାକୁ ହଏପୋନାଟ୍ରିମିୟା କୁହାଯାଇଥାଏ। ଏହା ଫଳରେ ବାରମ୍ବାର ବାନ୍ତି ଲାଗିବା ସହ ମୁଣ୍ଡବିନ୍ଧି ଥାଏ । ଯଦି ଆପଣ ଶୋଷ ଲାଗୁନଥିଲେ ମଧ୍ୟ ପାଣି ପିଉଛନ୍ତି ତେବେ ଏହାଦ୍ଵାରା ଆପଣଙ୍କୁ ଭଲ ନିଦ ହୋଇନଥାଏ।
ଅଧିକ ପାଣି ପିଇବା କ୍ଷତିକାରକ
over drinking water is bad for health

No Comment