ଯାତ୍ରୀବାହୀ ବସ୍ ଓଲଟି ଜଣଙ୍କର ମୃତ୍ୟୁ,୬ ଆହତ

one killed as bus overturns in bolangir

ବଲାଙ୍ଗୀର-ସୋନପୁର ରାସ୍ତାର ପୁଇଁତଲା ନିକଟରେ ଆଜି ଭୋର ୪ଟା ସମୟରେ ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିବା ଏକ ଯାତ୍ରୀବାହୀ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସର ନାମ ଶ୍ରୀରାମ ବୋଲି ଜଣାପଡିଛି । ଏହାଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ୫ ଜଣଙ୍କୁ ଭୀମ ଭୋଇ ମେଡିକାଲ୍‌ କଲେଜ ଏବଂ ହସ୍ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ଅରୁଣ ପାତ୍ର ବୋଲି ଜଣାପଡିଛି। ତାଙ୍କ ଘର ଡୁମେରବାହାଲ୍ ଗାଁରେ। ସେ ଜଣେ ଡ୍ରାଇଭର। ବସ୍ ଓଲଟି ପଡ଼ିବା ପରେ ସେ ଚାପି ହୋଇଯାଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି।ଏହି ଦୁର୍ଘଟଣାରେ ଚରଣ ବିଶ୍ୱାଳ,ନନ୍ଦିନୀ ସାହୁ ଏବଂ ମାନସୀ ନାମକ ଯାତ୍ରୀଙ୍କ ସମେତ ୬ଜଣ ଆହତ ହୋଇଛନ୍ତି। ବସରେ ମାତ୍ର ୧୦ଜଣ ଯାତ୍ରୀ ଥିଲେ। ଘଟଣା ସ୍ଥଳରେ ପୁଲିସ୍ ପହଁଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଚଳାଇଛି ।

Previous ଭାଇର ଚାପୁଡ଼ା ମାଡ଼ରେ ଭଉଣୀ ମୃତ
Next ହାତୀ ଆକ୍ରମଣରେ ୨ଟି ଗାଁର ପାଞ୍ଚ ଜଣ ମୃତ

No Comment

Leave a reply

Your email address will not be published. Required fields are marked *