ଏମ୍ବିଏ, ଏମ୍ସିଏ, ଏମ୍.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍ସିଏ ପାଠ୍ୟକ୍ରମରେ ନାମଲେଖା ଲାଗି ଓଜେଇଇ ପକ୍ଷରୁ ଆୟୋଜିତ ହେଉଥିବା କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ଆସନ୍ତା ଜୁନ୍ ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ‘www.ojee.nic.in’ ୱେବସାଇଟ୍ରୁ ଆଡମିଟ୍ କାର୍ଡ ଡାଉନ୍ଲୋଡ କରିପାରିବେ। ମେ’ ୨୭ ତାରିଖଠାରୁ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ଏମ୍ସିଏ, ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା, ଏମ୍ ଟେକ୍ ଓ ଲାଟେରାଲ ଏଣ୍ଟ୍ରି ଏମ୍ସିଏ ପାଠ୍ୟକ୍ରମ ପାଇଁ ଜୁନ୍ ୮ରେ ପରୀକ୍ଷା ହେବ। ମେ’ ୯ରେ ଏମ୍ବିଏ ପାଠ୍ୟକ୍ରମ ଲାଗି ପରୀକ୍ଷା ହେବ। ସୂଚନାଯୋଗ୍ୟ ଯେ ଏହି ପ୍ରବେଶିକା ପରୀକ୍ଷା ଗତ ମେ’ ୧୩ରେ ଅନୁଷ୍ଠିତ ହେବାର ଥିଲା। ତେବେ ବାତ୍ୟା ‘ଫନି’ ପାଇଁ ବାତିଲ୍ କରାଯାଇଥିଲା।
ଆସନ୍ତା ମାସ ୮ଓ ୯ରେ ଅନୁଷ୍ଠିତ ହେବ ଓଜେଇଇ ସିବିଟି
ojee cbt exam held on next month 8&9

No Comment