ଦଳ ଛାଡିଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଓ ସମ୍ପାଦିକା ସୁଜାତା ଜେନା

odisha women congress president resigns

ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଓ ସମ୍ପାଦିକା ସୁଜାତା ଜେନା ଦଳରୁ ଇସ୍ତଫା ଦେଇଛନ୍ତି । ବାରମ୍ବାର ମହିଳାଙ୍କୁ ଟିକେଟ୍ ଦିଆଯାଉନି ବୋଲି ହାଇକମାଣ୍ଡଙ୍କୁ ଅଭିଯୋଗ କରୁଥିଲେ ସୁମିତ୍ରା । ଶେଷରେ ତାଙ୍କୁ ମଧ୍ୟ ଟିକେଟ୍ ତାଲିକାରୁ ବାଦ୍ ଦେବାରୁ ଶେଷରେ କଂଗ୍ରେସ ଛାଡ଼ିଥିବାର ସେ କହିଛନ୍ତି । ସେହିଭଳି ଭଣ୍ଡାରୀପୋଖରୀ ଆସନ ପାଇଁ ଆଶାୟୀ ଥିଲେ ସୁଜାତା ଟିକେଟ୍ ନମିଳିବାରୁ ଦଳ ଛାଡିଛନ୍ତି । ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଟିକେଟ୍ ଦେବାକୁ ମୁଁ ଅନଶନ କରିଥିଲେ ହେଲେ ଏହାର କିଛି ସୁଫଳ ମିଳିଲା ନାହିଁ ବୋଲି ସୁମିତ୍ରା କହିଛନ୍ତି । ଏହାସହ ସେ କହିଛନ୍ତି ଯେଉଁଠି ମୁଁ ମହିଳାଙ୍କୁ ସୁରକ୍ଷା ଦେଇ ପାରୁନାହିଁ ସେଠି ରହିବା ମୋ ପାଇଁ କଷ୍ଟକର । ପୂର୍ବରୁ ପ୍ରଦେଶ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ସୁମିତ୍ରା । ସୁମିତ୍ରାଙ୍କ କହିବା ମୁତାବକ, ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ମତେ ନିରାଶ କରିଛି । କାରଣ ୫୨ ଜଣ ମହିଳା ପ୍ରାର୍ଥୀଙ୍କ ନାଁ ମୁଁ ଦେଇଥିଲି । କିନ୍ତୁ ସେଥିରୁ ହାତଗଣତି କିଛି ମହିଳାଙ୍କୁ ଟିକେଟ୍ ମିଳିଛି । ଉପଯୁକ୍ତ ପରିମାଣରେ ମହିଳାଙ୍କୁ ଟିକେଟ୍ ନମିଳେ ତେବେ ଏହାର ପ୍ରତିବାଦ କରିବୁ ବୋଲି ପୂର୍ବରୁ ବାରମ୍ବାର ଚେତାବନୀ ଦେଇଆସୁଥିଲେ ସୁମିତ୍ରା । ହେଲେ ୪ଟି ପର୍ଯ୍ୟାୟ ପାଇଁ କଂଗ୍ରେସ ତାଲିକା ପୂର୍ଣ୍ଣାଙ୍ଗ ଘୋଷଣା ପରେ ଭଦ୍ରକ ବିଧାନସଭା ଆସନରୁ ଲଢିବାକୁ ଦାବି କରୁଥିଲେ ମଧ୍ୟ ତାଙ୍କୁ ଟିକେଟ୍ ମିଳିଲା ନାହିଁ । ତେଣୁ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ।

Previous ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପାର୍ଥୀଙ୍କ ପ୍ରଚାର
Next ଜାମ୍ମୁ-କାଶ୍ମୀର ହସ୍ପିଟାଲରେ ଆତଙ୍କବାଦୀ ଆକ୍ରମଣ

No Comment

Leave a reply

Your email address will not be published. Required fields are marked *