ଦଳ ଛାଡିଲେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ

Odisha Congress Spokesperson Sonali Sahoo resigns

ଆଜି କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଦଳ ଛାଡ଼ିଛନ୍ତି। ବହୁ ଆଗରୁ ସେ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିଲା । ନେତୃବୃନ୍ଦଙ୍କୁ ନେଇ ସୋନାଲି ଅସନ୍ତୁଷ୍ଟ ଥିଲେ । ସେ ଖୋର୍ଦ୍ଧା ବିଧାନସଭା ପାଇଁ ଟିକେଟ ଆଶାୟୀ ଥିବା ବେଳେ ତାଙ୍କୁ ଟିକେଟ ମିଳି ନଥିବାରୁ କଂଗ୍ରେସ ଛାଡ଼ିଥିବାର ସୂଚନା ମିଳିଛି। ତେବେ ସେ କେଉଁ ଦଳରେ ଯୋଗ ଦେବେ ତାହା ଜଣାପଡ଼ି ନାହିଁ। ପ୍ରଦେଶ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦୁଦିନତଳେ ଦଳରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ । ତାଙ୍କପରେ କଂଗ୍ରେସ ଜଣେ ଟାଣୁଆ ନେତ୍ରୀ ଓ ମୁଖପାତ୍ର ସୋନାଲି ସାହୁ ଇସ୍ତଫା ଦେବା ଦଳକୁ ବଡ଼ ଝଟକା ଲାଗିଛି କହିଲେ ଚଳେ ।

Previous ଯୁକ୍ତଦୁଇ ଖାତା ଦେଖା ବେଳେ ପିଏନ୍ କଲେଜରେ ଲାଗିଲା ନିଆଁ
Next ସୁବର୍ଣ୍ଣପୁର-ବୌଦ୍ଧରେ ନିର୍ବାଚନ ପ୍ରଚାର କରି 'କାଳିଆ' କଥା ଉଠାଇଲେ ନବୀନ

No Comment

Leave a reply

Your email address will not be published. Required fields are marked *