ବିଧାନସଭା ବଜେଟ୍ ଅଧିବେସନ, ପ୍ରଥମରୁ ମୁଲତବି

odisha assembly budget session 2020: day 2 collapsed

ଆଜି ବିଧାନସଭାରେ ଗୃହ କାର୍ଯ୍ୟ ବିରୋଧିଙ୍କ ପ୍ରବଳ ହଟଗୋଳ ଯୋଗୁଁ ବାରମ୍ବାର ବାଧାପ୍ରାପ୍ତ ହୋଇଛି । ଗତକାଲି ବାଚସ୍ପତି ଦେଇଥିବା ରୁଲିଂକୁ ନେଇ ବିରୋଧିଙ୍କ ହଙ୍ଗାମା ଯୋଗୁଁ ପ୍ରଥମେ ଦିନ ୧୧.୩୦ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି ରଖାଯାଇଥିବା ବେଳେ ପରେ ଏହାକୁ ଅପରାହ୍ନ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବାଚସ୍ପତିଙ୍କ ପୂର୍ବ ରୁଲିଂକୁ ପ୍ରତ୍ୟାହର କରିନେବା ପାଇଁ ବିରୋଧି ଦଳର ସଦସ୍ୟମାନେ ଦାବି କରିଥିଲେ । ପରେ କଂଗ୍ରେସ ଦଳର ନେତା ଓ କର୍ମିମାନେ ରାଜଭବନ ସମ୍ମୁଖରେ ଏ ନେଇ ଧାରଣା ଦେଇଥିଲେ ।
ରାଜ୍ୟରେ ଭିକାରୀ ସଂଖ୍ୟା ୫୯୫୦!
ରାଜ୍ୟରେ ସର୍ବମୋଟ ୫୯୫୦ ଜଣ ଭିକାରୀ ରହିଛନ୍ତି । ସେଥିମଧ୍ୟରୁ କଟକ ଜିଲ୍ଲାରେ ସର୍ବାଧିକ ୧୦୭୦ ଜଣ ହୋଇଥିବା ବେଳେ ଗଞ୍ଜାମରେ ଦ୍ୱିତୀୟ ସର୍ବାଧୀକ ୫୪୫ ଜଣ କିକାରି ଅଛନ୍ତି । ଏହାଛଡ଼ା ପୁରୀ ଜିଲ୍ଲାରେ ୩୬୬, ସୂନ୍ଦରଗଡ଼ରେ ୪୨୩ ଏବଂ ଖୋର୍ଦ୍ଧା ଜିଲ୍ଲାରେ ୧୯୭ ଭିକାରୀ ଥିବା ନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ବିଧାସଭାରେ ସୂଚନା ଦେଇଛନ୍ତି ।

Previous ପରୀକ୍ଷା ସମୟରେ ଖାଦ୍ୟପେୟ
Next ଖସିଲା ୧୩୨ କେଭିର ବିଦ୍ୟୁତ ତାର

No Comment

Leave a reply

Your email address will not be published. Required fields are marked *