ଡିଜିପି ଦାୟିତ୍ୱରେ ବିକେ ଶର୍ମା

now senior ips officer bijay kumar sharma will be in dgp charge

ଇସିଆଇଙ୍କ ଅନୁମତି ପରେ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ପୁଲିସ୍ ମହାନିର୍ଦ୍ଦେଶ (ଡିଜିପି) ଦାୟିତ୍ୱ ଦିଆଯାଇଛି। ପତ୍ନୀଙ୍କ ପରଲୋକ ଯୋଗୁ ଡିଜିପି ଆର୍‌.ପି ଶର୍ମା ଛୁଟିରେ ଯାଇଥିବାରୁ ବିଜୟଙ୍କୁ ଏହି ଦାୟିତ୍ୱ ମିଳିଛି । ଡିଜିପି ଦାୟିତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ଡିଜି ପାହ୍ୟାର ଅଫିସରଙ୍କ ନାଁ ନିର୍ବାଚନ କମିଶନ୍‌ଙ୍କ ନିକଟକୁ ପଠାଯାଇଥିଲା। ସେଥିମଧ୍ୟରୁ ବି.କେ ଶର୍ମାଙ୍କୁ ଡିଜିପି ଦାୟିତ୍ୱ ପ୍ରଦାନ କରିବାକୁ ନିର୍ବାଚନ କମିଶନ ସହମତି ପ୍ରଦାନ କରିଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଡିଜିପି ଆର.ପି ଶର୍ମାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା ।

Previous ଆରମ୍ଭ ହେଲା ଯୁକ୍ତ ଦୁଇ ଖାତା ଦେଖା
Next ଶ୍ରୀମନ୍ଦିର ସଂସ୍କାର ମାମଲା ଶୁଣାଣି:ସମ୍ପତ୍ତି ଭଙ୍ଗାରୁଜା ନେଇ ସର୍ବୋଚ୍ଚ ଅଦାଲତଙ୍କ ନୋଟିସ୍‌ ଜାରି

No Comment

Leave a reply

Your email address will not be published. Required fields are marked *