ଆଚରଣ ବିଧି ଉଲ୍ଲଂଘନ: ଦେବାଶିଷ ସାମନ୍ତରାୟଙ୍କୁ ଜବାବ ତଲବ

notice to Debashis for violation of model code of conduct

କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ନିର୍ବାଚନ ଅଧିକାରୀ ନୋଟିସ୍‌ ଜାରି କରିଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ଦେବାଶିଷଙ୍କୁ ନୋଟିସ ଜାରି କରାଯାଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ୨୧ ତାରିଖ ସନ୍ଧ୍ୟାରୁ ନିର୍ବାଚନ ପ୍ରଚାର ବନ୍ଦ କରାଯାଇଥିବା ବେଳେ ଦେବାଶିଷ ଗତକାଲି ସୋସିଆଲ ମିଡିଆ ଫେସବୁକରେ ଏକ ମେସେଜ ଜାରି କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଯାହାର ଯାଞ୍ଚ କରି ନିର୍ବାଚନ କମିଶନ ଦେବାଶିଷଙ୍କୁ ନୋଟିସ ଜାରି କରିଛନ୍ତି। ଏପରିକି ୪୮ ଘଣ୍ଟା ମଧ୍ୟରେ ଏହାର ଜବାବ ଦେବାକୁ ଦେବାଶିଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଅଧିକାରୀ। ଆଜି ତୃତୀୟ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଛି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ର୍ନିବାଚନୀ ଅଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ପ୍ରତିନିଧି ଦଳ। ବିଜେଡି ଅଭିଯୋଗ ମୁତାବକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଲିଂ ବୁଥରେ ଭୋଟରଙ୍କୁ ପ୍ରବର୍ତ୍ତାଇଛନ୍ତି, ତେଣୁ ଧର୍ମେନ୍ଦ୍ରଙ୍କୁ ପ୍ରଚାର କାର୍ଯ୍ୟରେ ୭ ଦିନ ପର୍ଯ୍ୟନ୍ତ ବ୍ୟାନ୍‌ କରିବାକୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଛି ବିଜେଡି। ସୂଚନା ମୁତାବକ, ଆଜି ତୃତୀୟ ପର୍ଯ୍ୟାୟ ମତଦାନ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟ୍‌ ଦେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ବିଜେପି ପ୍ରଚାର କରିଛନ୍ତି ବୋଲି ଅଭିଯୋଗ ହୋଇଛି ।

Previous କେନ୍ଦ୍ରାପଡ଼ାରେ ମୋଦି, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପୁଣି ଉଠାଇଲେ ଡବଲ ଇଞ୍ଜିନ କଥା
Next ଫୁଲ ଧରିଲେ ସନୀ ଦେଓଲ

No Comment

Leave a reply

Your email address will not be published. Required fields are marked *