ମାଓ ଭୟରେ ୯ଟି ବୁଥରେ ଭୋଟ ଦେବା ପାଇଁ ଆସିଲେନି ମତଦାତା !

no voting for mao fear in malkangiri

୪ ଲୋକସଭା ଏବଂ ୨୮ ବିଧାନସଭା ଆସନ ପାଇଁ ଆଜି ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ଦୁର୍ଗମ ଓ ମାଓବାଦୀ ପ୍ରବଣ ଅଞ୍ଚଳରେ ମତଦାନ ସାରିଛି। ହେଲେ ମାଓବାଦୀଙ୍କ ଭୟରେ ମାଲକାନଗିରିର କୁନ୍ତୁରୁପଦର ସ୍ଥିତ ୯ଟି ବୁଥରେ ଭୋଟ ଦେବା ପାଇଁ ଆସିନଥିଲେ କେହିଜଣେବି ବ୍ୟକ୍ତି । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସତ୍ୱେ ବି ସ୍ୱାଭିମାନ ଅଂଚଳରେ ଭୋଟ ଦେବାପାଇଁ ଘରୁ ବାହାରିଲେ ନାହିଁ ମତଦାତା । କୁନ୍ତୁରୁପଦର ପୁଲିସ କ୍ୟାମ୍ପଠାରେ ଜିଲ୍ଲା ପ୍ରାଶାସନ ପକ୍ଷରୁ ମତଦାନ ଲାଗି ୯ଟି ବୁଥକୁ ଏକାଠି କରାଯାଇଥିଲା । ଏଥିପାଇଁ କଡା ସୁରକ୍ଷବଳୟ ଭିତରେ ପୁଲିଂ ପାର୍ଟିଙ୍କୁ ମଧ୍ୟ ସେଠାରେ ପହଞ୍ଚାଯାଇଥିଲା, ଯବାନାମାନଙ୍କୁ ହେଲିକପ୍ଟର ଯୋଗେ ସେଠାକୁ ପଠାଯାଇଥିଲା । ଏପରିକି ବିଏସଫ ଯବାନମାନେ ମଧ୍ୟ ଦୀର୍ଘ ଦିନ ପୂର୍ବରୁ ସମଗ୍ର ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର କରିଆସୁଥିଲେ । ଏହି ସବୁପରେ ଭୋଟ ଦେବାକୁ କୁନ୍ତୁରୁପଦର ଆସିଲେନି କୌଣସି ଭୋଟର । ପୂର୍ବରୁ ମାଓବାଦୀମମାନେ ଏହି ସବୁ ଅଞ୍ଚଳର ଜନସାଧାରଣକୁ ପୋଷ୍ଟର ମାରି ଭୋଟ ବର୍ଜନ ପାଇଁ ଆହ୍ୱାନ ଦେଇଥିଲେ , ଅନ୍ୟପକ୍ଷରେ ବୁଥର ଦୂରତା ଅଧିକ ଥିବାରୁ ଭୋଟ ହୋଇନଥିବା କୁହାଯାଉଛି ।

Previous ସୁବର୍ଣ୍ଣପୁର-ବୌଦ୍ଧରେ ନିର୍ବାଚନ ପ୍ରଚାର କରି 'କାଳିଆ' କଥା ଉଠାଇଲେ ନବୀନ
Next ପାକିସ୍ତାନ କ୍ୱେଟ୍ଟା ସହରରେ ବିସ୍ଫୋରଣ, ୧୪ ମୃତ ସଂଖ୍ୟାଧିକ ଆହତ

No Comment

Leave a reply

Your email address will not be published. Required fields are marked *