୧୩,୫୦୦ କୋଟି ଟଙ୍କା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଠକେଇ କରି ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିକୁ ଆଜି ପୁଲିସ୍ ଗିରଫ କରିଛି। ଗତ କିଛିଦିନ ହେବ ସେ ଲଣ୍ଡନରେ ବୁଲୁଥିବାର ଜଣାପଡ଼ିଥିବା ବେଳେ ଆଜି ପୁଲିସ୍ ତାଙ୍କୁ ଗିରଫ କରିଛି। ଏହାସହ ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟରେ ମାର୍ଚ୍ଚ ୨୫ରେ ତାଙ୍କୁ ହାଜର କରାଯିବ ବୋଲି ଜଣାପଡିଛି । ଏହାପରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ବ୍ୟବସ୍ଥା କରାଯିବ। ପିଏନ୍ବିରୁ ନିରବ ମୋଦି ଋଣ ନେଇଥିବା ଟଙ୍କା ପରିଶୋଧ ନକରି ଦେଶ ଛାଡି ଫେରାର ହୋଇଯାଇଥିଲେ। ସେବେଠାରୁ ତାଙ୍କ ବିରୋଧରେ ସିବିଆଇ ଓ ଇଡି ତଦନ୍ତ ଆରମ୍ଭ କରିଥିଲା। ଲଣ୍ଡନରେ ସେ ରହିଥିବା ଜଣାପଡ଼ିବା ପରେ ଇଡି ପକ୍ଷରୁ ବ୍ରିଟେନ୍ ସରକାରଙ୍କୁ ପ୍ରତ୍ୟର୍ପଣ ପାଇଁ ନିବେଦନ କରାଯାଇଥିଲା। ଲଣ୍ଡନର କୋର୍ଟ ଇଡିର ଅନୁରୋଧ ରକ୍ଷା କରି ନିରବଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲେ। ଏଥିସହ ଇଣ୍ଟରପୋଲ୍ ମଧ୍ୟ ତାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଥିଲା। ନିରବଙ୍କୁ ଦୀର୍ଘ ୧୩ ମାସର ପ୍ରଚେଷ୍ଟା ପରେ ଲଣ୍ଡନରୁ ଗିରଫ କରିଛି ପୋଲିସ। ୨୦୧୮ ମସିହା ଜୁନ୍ ମାସରେ ତାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି ହୋଇଥିଲେ ହେଁ ସେ ଏଯାଏ ଫେରାର ଥିଲେ। କିଛି ଦିନ ତଳେ ଲଣ୍ଡନର ଜଣେ ସାମ୍ବାଦିକଙ୍କ କ୍ୟାମେରାରେ ନିରବ କଏଦ ହୋଇଥିଲେ।
ପିଏନ୍ବି ମହାଠକେଇ:ଲଣ୍ଡନରୁ ନିରବ ମୋଦି ଗିରଫ
nirav modi arrested in london

No Comment