ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଚାରିଟି ବଡ଼ ଘୋଷଣା

Naveen patnayik visit baripada

ଆଜି ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ। ବାରିପଦାରେ ଅନୁଷ୍ଠିତ ମିଶନ ଶକ୍ତିର ମହାସମାବେଶରେ ଯୋଗଦେଇ ଚାରିଟି ବଡ଼ ଘୋଷଣା କରିଛନ୍ତି ସେ । ଏହାସହ ୧୧ ପ୍ରକଳ୍ପର ଉଦଘାଟନ ଓ ୬ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଛଉ ନୃତ୍ୟ ଉପରେ ଅଧିକା ଗବେଷଣା ପାଇଁ କେନ୍ଦ୍ର ସ୍ଥାପନ କରାଯିବ, ବନ୍ୟାରୁ ରକ୍ଷା ପାଇବା ପାଇଁ ବାରିପଦାରେ ରିଙ୍ଗ ରୋଡ ତିଆରି ହେବ, ମୟୂରଭଞ୍ଜରେ ଥିବା ଆର୍ୟୁବେଦିକ କଲେଜ ସରକାରୀ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବାରିପଦା କୋଅପରଟିଭି ବ୍ୟାଙ୍କ ପୁଣିଥରେ କାର୍ଯ୍ୟ କ୍ଷମ ହେବ, ରାଜ୍ୟ ସରକାର ଏଥିପାଇଁ ଟଙ୍କା ଯୋଗାଇଦେବେ ବୋଲି ଆଜିର ବାରିପଦା ଗସ୍ତରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ଏହି ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି କହିଛନ୍ତି । ଏହି ଗସ୍ତରେ ବାରିପଦା ଛଉପଡିଆରେ ମିଶନ ଶକ୍ତି ମହାସମାବେଶରେ ଉଦଳା ୧୯ ନମ୍ବର ରାଜ୍ୟ ରଜପଥ ଚମ୍ପା ନଦୀ ଉପରେ ହାଇଲେଭଲ୍ ସେତୁ, ଉଦଳା ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତକତପୁର ଏମପିସି ଜୁନିଅର କଲେଜ ଏବଂ ବାରିପଦା ମହିଳା ମହାବିଦ୍ୟାଳର ୩ ଶହ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ, ୩ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ୍ କରିଛନ୍ତି ନବୀନ ।

Previous ରାଜ୍ୟରେ ଶୀତର ଲହରୀ, ଦାରିଙ୍ଗବାଡ଼ିରେ ୪ ଡିଗ୍ରୀ ତଳେ ତାପମାତ୍ରା
Next ଲୋକପାଳ ଓ ଲୋକାୟୁକ୍ତ ଗଠନ ଦାବିରେ ପୁଣି ଅନଶନରେ ବସିଲେ ଆନ୍ନା ହାଜାରେ

No Comment

Leave a reply

Your email address will not be published. Required fields are marked *