ଆସନ୍ତାକାଲି ଶପଥ ନେବେ ନବୀନ, ଆଜି ଶ୍ରୀଜଗନ୍ନାଥ ଦର୍ଶନ

naveen patnaik worship jagannath

ଆସନ୍ତାକାଲି ଶପଥ ନେବେ ନବୀନ । ପୂର୍ବାହ୍ନ ସାଢେ ୧୦ଟାରେ ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ନବୀନଙ୍କ ସହ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତେବେ ଶପଥ ଗ୍ରହଣ ପୂର୍ବରୁ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆର୍ଶୀବାଦ ନେବାର କାର୍ଯ୍ୟକର୍ମ ରହିଛି। ଆଜି ଅପରାହ୍ନ ୫,୧୦ରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପୁରୀରେ ପହଞ୍ଚିବେ। ଏସସିଏସ୍‌ କଲେଜର ହେଲିପେଡ ଓହ୍ଲାଇ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ୬ଟାରେ ପୁଣି ପୁରୀରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ।ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଏହି ସୂଚନା ଦେଇଛନ୍ତି । ଶପଥ ଗ୍ରହଣ ଉତ୍ସବ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶପଥ ଗ୍ରହଣ ଉତ୍ସବରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପୁରା ଏରିଆ ଉପରେ ସିସିଟିଭି ନଜର ରଖିବ । ଉତ୍ସବ ସ୍ଥଳରେ ୩୦ଟି ସିସିଟିଭି ଲାଗିବ । ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁରର ବ୍ୟବସ୍ଥା କରାଯାଇଛି । ଶପଥସ୍ଥଳକୁ ପ୍ରବେଶ ପାଇଁ ୪ଟି ଗେଟ୍ କରାଯାଇଥିବା ବେଳେ ଗୋଟିଏ ଜରୁରୀକାଳୀନ ଗେଟ୍ ର ମଧ୍ୟ ବ୍ୟବସ୍ଥା କରାଯାଇଛି ।କେଶରୀ ଟକିଜ୍‌ ପଟୁ ଏଣ୍ଟ୍ରି କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟପାଳ ଓ ଚିଫ୍ ଜଷ୍ଟିସ । ହାଉସିଂ ବୋର୍ଡ ଛକ ପଟ ଗେଟ୍ ରେ ଏଣ୍ଟ୍ରି କରିବେ ଏମପି, ଏମଏଲଏ । ରାମମନ୍ଦିର ଛକ ପଟୁ ଅନ୍ୟ କର୍ମୀମାନେ ପ୍ରବେଶ କରିବେ । ଟ୍ରାଫିକ୍ ଜାମ୍ ପାଇଁ ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ମଧୁସୂଦନ ପାର୍କ, କ୍ୟାପିଟାଲ ହାଇସ୍କୁଲ ପଡିଆ ଏବଂ ପ୍ରଦର୍ଶନୀ ପଡିଆ ପାର୍ଶ୍ବରେ ପାର୍କିଂ କରାଯିବ ।ପ୍ରଦର୍ଶନୀ ପଡିଆରେ ମୋଟ୍ ୩ଟି ଷ୍ଟେଜ୍ କରାଯାଇଛି । ଗୋଟିଏ ମୁଖ୍ୟ ଷ୍ଟେଜ୍ କରାଯାଇଛି, ଯେଉଁଠି ଶପଥ ନେବେ ନବୀନ ଆଣ୍ଡ କୋ । ଅନ୍ୟ ଦୁଇଟି ଷ୍ଟେଜରେ ଲାଗିବ ଏଲଇଡି । ଶପଥ ଗ୍ରହଣ ଉତ୍ସବରେ ୫ହଜାର ଲୋକଙ୍କ ଉପସ୍ଥିତିରେ ନବୀନ ଶପଥ ନେବେ ବୋଲି ସୂଚନା ମିଳିଛି ।

Previous ରାଜଧାନୀରେ ଚିହ୍ନଟ ହେଲା ୫ଟି ବ୍ଲାକସ୍ପଟ
Next ତାତିରୁ ମିଳିବ ମୁକ୍ତି,ଜୁନ୍‌ ୨ ପର୍ଯ୍ୟନ୍ତ କାଳବୈଶାଖୀ ଯୋଗୁଁ ହାଲକା ବର୍ଷା ସମ୍ଭାବନା

No Comment

Leave a reply

Your email address will not be published. Required fields are marked *