ଓଡ଼ିଶାର ୧୪୭ ବିଧାନସଭା ଆସନ ପାଇଁ ୫ଟି ପର୍ଯ୍ୟାରେ ହୋଇଥିବା ମତଦାନର ଫଳାଫଳ ଆଜି ବାହାରିବ। ଏଥି ପାଇଁ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଏହି ଗଣତିରୁ ଜଣାପଡିଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନରେ ଆଗୁଆ ରହିଛନ୍ତି । ଏଥର ପ୍ରଥମ ଥର ପାଇଁ ନବୀନ ୨ଟି ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ । ତେବେ କେଉଁ ଆସନରେ ସେ ଅଧିକ ଭୋଟ୍ ବ୍ୟବଧାନରେ ଜିତିବେ ଏବଂ କେଉଁ ଆସନଟି ରଖି ଅନ୍ୟ ଆସନଟିକୁ ଛାଡ଼ିବେ ତାହା ସମସ୍ତେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରେ ପାଖାପାଖି ୫ହଜାର ୩୯୭ ଖଣ୍ଡ ଭୋଟ୍ ରେ ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଠାରୁ ଆଗୁଆ ରହିଛନ୍ତି ।
ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନରେ ନବୀନ ଆଗୁଆ
naveen leads hinjili & bijepuru

No Comment