ନୂଆପଡ଼ାରେ ନିର୍ବାଚନୀ ପ୍ରଚାର ବେଳେ ମହିଳାଙ୍କ ପାଇଁ ନବୀନଙ୍କ ବଡ଼ ଘୋଷଣା

naveen declares new schemes for women

ଆଜି ନୂଆପଡ଼ାରେ ନିର୍ବାଚନୀ ପ୍ରଚାର ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ରୀ, ମହିଳା, ମିଶନ ଶକ୍ତି ସଦସ୍ୟାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମ ।ବିଜେଡି ଇସ୍ତାହାରରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ନବୀନ। ବିଜେଡି ସରକାର ଆସିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁବିଧା ଲାଗି ସହାୟତା ରାଶି ୭ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରାଯିବ। ରାଜ୍ୟର ଏସ୍‌ଏସ୍‌ଜିଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏଥିସହ ସେ ଗରିବ ଝିଅଙ୍କୁ ମାଗଣାରେ କେଜିରୁ ପିଜି ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ଯୋଗାଇ ଦିଆଯିବ। ମିସନ୍‌ ଶକ୍ତିର ମା’ମାନଙ୍କୁ ବାର୍ଷିକ ୫୦୦୦ କୋଟିର ସରକାରୀ କାମ ଦିଆଯିବ। ମୋଟାମୋଟି ମହିଳାଙ୍କ ବିକାଶ କ୍ଷେତ୍ରରେ ତାଙ୍କ ସରକାର ଆଉ ଥରେ ଆସିଲେ କ’ଣ କରାଯିବ ତାହା ଘୋଷଣା କରିଛନ୍ତି ।ଏଥିସହିତ ଧାନ ସଂଗ୍ରହ, ଆଶ୍ରମ ସ୍କୁଲ ପରିଚାଳନା ମିଶନ ଶକ୍ତି ଗ୍ରୁପକୁ ଦିଆଯିବ ବୋଲି ନବୀନ କହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମାରାଥନ ନିର୍ବାଚନ ପ୍ରଚାର କରୁଛନ୍ତି। ନୂଆପଡ଼ା ପରେ ନବୀନ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ। ଖରିଆର, ସିନାପାଲି, ଗୋଲାମୁଣ୍ଡା, ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣା ଟାଉନରେ ରୋଡ ସୋ କରିବା କାର୍ଯ୍ୟକ୍ରମ ରହିଛି।

Previous ଶ୍ରୀମନ୍ଦିର ସଂସ୍କାର ମାମଲା ଶୁଣାଣି:ସମ୍ପତ୍ତି ଭଙ୍ଗାରୁଜା ନେଇ ସର୍ବୋଚ୍ଚ ଅଦାଲତଙ୍କ ନୋଟିସ୍‌ ଜାରି
Next ବିକ୍ରି ହେବ ଜେଟ୍‌ ଏୟାରୱେଜ୍‌ର ୭୫% ଅଂଶଧନ

No Comment

Leave a reply

Your email address will not be published. Required fields are marked *