୨୦୧୯ ଲୋକସଭା ନିର୍ବାଚନରେ ଏନଡିଏର ବିଶାଳ ବିଜୟ ପରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ଆସନ୍ତା ୩୦ ତାରିଖରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ସୂଚନା ମୁତାବକ ଶପଥ ଗ୍ରହଣ କରିବା ପୂର୍ବରୁ ମୋଦୀ ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀକୁ ଯିବେ, ମେ ୨୮ ଓ ୨୯ ତାରିଖରେ ସେଠାରେ ବୁଲି ଲୋକଙ୍କୁ ଭେଟିବା ପରେ ମୋଦୀ ୩୦ରେ ଶପଥ ଗ୍ରହଣ କରିବେ। ଆଜି ସକାଳୁ ମୋଦୀ ଭିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଛନ୍ତି। ବୈଠକ ଡକାଇବା ପୂର୍ବରୁ ମୋଦୀ ଆଡଭାନୀଙ୍କ ସହ ବରିଷ୍ଠ ନେତା ମୁରଲୀ ମନୋହର ଜୋଶୀଙ୍କୁ ମଧ୍ୟ ଭେଟିଥିବା ସୂଚନା ରହିଛି। ମୋଦୀଙ୍କ ବିଶାଳ ବିଜୟ ଏବେ ଖାଲି ଭାରତବର୍ଷ ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚା ପାଲଟିଛି। ଚାରିଆଡୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ସେହିଭଳି ଓଡ଼ିଶା ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିଥିବା ବିଜେଡ଼ି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ସୋମବାର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ରହିଛି । ସୂଚନା ଅନୁଯାୟୀ, ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସିବ। ଏଠାକୁ ସମସ୍ତ ନବନିର୍ବାଚିତ ପ୍ରାର୍ଥୀଙ୍କୁ ଡକା ଯାଇଛି। ବୈଠକ ପରେ ଶପଥ ଗ୍ରହଣ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯିବ। ଏହାପରେ ସୋମବାର ଅର୍ଥାତ ୨୭ତାରିଖରେ ନବୀନ ଶପଥ ନେଇପାରନ୍ତି । ବିଜେଡି ଏଥର ରାଜ୍ୟରେ ୧୧୨ଟି ବିଧାନସଭା ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବିଜେପି ୨୪ଟି ଆସନ ଜିତିଥିବା ବେଳେ କଂଗ୍ରେସ ୮ଟି ଆସନ ପାଇଛି। ଦୁଇଟି ଆସନ ଅନ୍ୟାନ୍ୟ ଦଳକୁ ଯାଇଛି।
୩୦ରେ ମୋଦୀ ଓ ୨୭ରେ ନବୀନ ନେଇପାରନ୍ତି ଶପଥ
narendra modi likely to take oath as pm on may 30

No Comment