ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ନେଇ ସୁନ୍ଦରଗଡ଼ରେ କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

nabi pattanayak in hemagiri

ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ରାଜ୍ୟରେ ମାରାଥନ ନିର୍ବାଚନ ପ୍ରଚାର କରିବା ସାଙ୍ଗକୁ ବିରୋଧୀମନଙ୍କୁ କଥା ବାଣରେ ବେଶ ଆକ୍ରମଣ କରି ଜନମତ ସାଉଁଟିବାକୁ ଚେଷ୍ଟିତ । ଏହି ଧାରାରେ ଆଜି ସୁନ୍ଦରଗଡ଼ ହେମଗିରିଠାରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ନବୀନ ନିର୍ବାଚନ ପ୍ରଚାର କରିବା ସହ ନିଜର ଅଭିଭାଷଣରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ କୁଆଡ଼େ ଗଲା ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି। ଏହାସହ ନିର୍ବାଚନ ଆସିଥିବାରୁ ରାଜ୍ୟରେ କେନ୍ଦ୍ରୀୟ ନେତାଙ୍କ ପାଦ ପଡ଼ୁଛି, ସେମାନେ ଦେଇଥିବା ପ୍ରତିଶ୍ରୁତି ସବୁ କୁଆଡ଼େ ଗଲା, ଦୁଇଗୁଣା ଏମଏସପି କୁଆଡ଼େ ଗଲା, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଛାତ୍ର ବୃତ୍ତି କାହିଁକି ବନ୍ଦ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ନିଜ ଅଭିଭାଷଣରେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡ଼ି ସରକାର ମହିଳାଙ୍କ ଉପରେ ଗୁରୁତ୍ୱ ଦେଇଛି। ମା’ମାନେ ବିକାଶର ପ୍ରକୃତ ଡ଼ବଲ ଇଞ୍ଜିନ। ଆମର ହାଇକମାଣ୍ଡ ହେଉଛନ୍ତି ଓଡ଼ିଆବାସୀ। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି, ଏହାକୁ କେନ୍ଦ୍ର ସରକାର ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି। ସାରା ବିଶ୍ୱରେ ହକି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସୁନ୍ଦରଗଡ଼ ହେଉଛି ହକିର ଜନ୍ମଭୂମି ।

Previous ଲାଲୁ ଯାଦବଙ୍କୁ ମିଳିଲାନି ଜାମିନ
Next ରାଫେଲ ଦୁର୍ନୀତି ମାମଲା: ପୁଣି ହେବ ଶୁଣାଣି

No Comment

Leave a reply

Your email address will not be published. Required fields are marked *