ରିଲିଜ୍‌ ହେଲା ‘କଲଙ୍କ’ର ଟିଜର:୨୧ ବର୍ଷ ପରେ ଏକାଠି ହେଲେ ସଞ୍ଜୟ-ମାଧୁରୀ 

movie kalank teaser released

ଅନେକ ଦିନ ଧରି ଚର୍ଚ୍ଚାରେ ଥିବା ଫିଲ୍ମ ‘କଲଙ୍କ’ର ଟିଜର ମଙ୍ଗଳବାର ରିଲିଜ୍‌ ହୋଇଥିବା ବେଳେ ଏହା ଦର୍ଶକଙ୍କ ବେଶ ପସନ୍ଦ ହୋଇଛି । ‘କଲଙ୍କ’ ଟିଜର ରିଲିଜ୍‌ ହେବା ପରେ ସୋଶାଲ୍‌ ମିଡିଆରେ ଏହା ଖୁବ୍‌ ଭାଇରାଲ୍‌ ହୋଇଛି ।କେତେକ ଦର୍ଶକ ଏହି ଫିଲ୍ମକୁ ବ୍ଲକ୍‌ ବଷ୍ଟରର ମାନ୍ୟତା ବି ଦେଇସାରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ବର୍ମନ ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି କରନ୍‌ ଜୋହର ଓ ସାଜିଦ୍‌ ନଡିୟାୱାଲା। ‘କଲଙ୍କ’ରେ ବରୁନ୍‌ ଧୱନ୍‌, ଆଲିଆ ବଟ୍ଟ, ମାଦୁରୀ ଦିକ୍ଷୀତ୍‌, ସଞ୍ଜୟ ଦତ୍ତ, ଆଦିତ୍ୟ ରାୟ କପୁର ଓ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଦୀର୍ଘ୨୧ ବର୍ଷ ପରେ ଏହି ଫିଲ୍ମ ଜରିଆରେ ସଞ୍ଜୟଦତ୍ତ ଓ ମାଧୁରୀ ଦିକ୍ଷୀତ୍‌ ଏକାଠି ଅଭିନୟ କରୁଥିବାର ନଜରକୁ ଆସିବେ । ଏହା ପୂର୍ବରୁ ଦୁହିଁଙ୍କୁ ଫିଲ୍ମ ‘ମହାନତା’ରେ ଦେଖିବାକୁ ମିଳିଥିଲା। ୧୭ ଏପ୍ରିଲ୍‌ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମଟି ୮୦ କୋଟି ବଜେଟ୍‌ରେ ନିର୍ମିତ ହୋଇଥିବା ଜଣାପଡ଼ିଛି। ୬ ବ୍ୟକ୍ତିଙ୍କ ସମ୍ପର୍କକୁ ନେଇ ଫିଲ୍ମର କାହାଣୀ ଅଗିଛି । ‘କଲଙ୍କ’ର ଟିଜର ପ୍ରାୟ ୨ ମିନିଟିର ହେଲେବି ଅନେକ କିଛି ଜଣାଇ ପାରିଛି ।

Previous ବୋଇଂ 737-MAX ବିମାନ ଉଡ଼ାଣରେ କଟକଣା ଲଗାଇଲା ଭାରତ
Next କନ୍ଧମାଳରେ ପୁଲିସ ଓ ମାଓବାଦୀ ଗୁଳିବିନିମୟ: ମହିଳା ମାଓବାଦୀ ମୃତ

No Comment

Leave a reply

Your email address will not be published. Required fields are marked *