ପ୍ରଧାନମନ୍ତ୍ରୀ ମୋଦି ପାଇବେ ଋଷିଆର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁ-ଦ ଆପୋଷ୍ଟଲ’

modi gets highest russian state award

ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ ଜାୟେଦ ମେଡାଲ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ସ୍ତରରେ ଆଉ ଏକ ବଡ଼ ସମ୍ମାନର ଅଧିକାରୀ ହୋଇଛନ୍ତି । ତାଙ୍କୁ ଋଷିଆର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁ-ଦ ଆପୋଷ୍ଟଲ’ରେ ସମ୍ମାନିତ କରାଯାଇଛି । ଭାରତ ଓ ଋଷିଆ ମଧ୍ୟରେ ସର୍ବୋଚ୍ଚ ସାମରିକ ଭାଗିଦାରୀତା ପାଇଁ ମୋଦିଙ୍କୁ ଏହି ସମ୍ମାନ ମିଳିଛି ବୋଲି ନୂଆଦିଲ୍ଲୀସ୍ଥିତ ଋଷୀୟ ଦୂତାବାସ ପକ୍ଷରୁ ଟ୍ବିଟ କରି ଜଣାଇଛି । ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁକୁ ଋଷିଆର ସବୁଠାରୁ ପୁରୁଣା ତଥା ଅତି ମର୍ଯ୍ୟାଦାଜନକ ରାଷ୍ଟ୍ରୀୟ ସମ୍ମାନ ବୋଲି କୁହାଯାଏ । ୨୦୧୭ରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଙ୍କୁ ଏହି ସମ୍ମାନ ଦିଆଯାଇଥିଲା ।

Previous ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ଆଶଙ୍କା
Next ମଙ୍ଗୁଳି ଜେନା ହତ୍ୟା ଘଟଣା : ବିଜେପି ପକ୍ଷରୁ ୬ ଘଣ୍ଟିଆ ଖୋର୍ଦ୍ଧା ବନ୍ଦ

No Comment

Leave a reply

Your email address will not be published. Required fields are marked *