ପୁଲିଂ ଗାଡି ଜାଳିଦେଲେ ଦୃର୍ବୁତ୍ତ

miscreants set fire on polling party vechile in phulbani

ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଆଜି ପୋଲିଂ ଗାଡ଼ିକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ । ଫୁଲବାଣୀ ଫିରିଙ୍ଗିଆ ଥାନା ମୁଙ୍ଗୁନିପଦର ବୁଥ୍ ଯିବା ବାଟରେ ପୋଲିଂ ପାର୍ଟି ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ପୋଲିଂ କର୍ମଚାରୀ ଯାଉଥିବା ଗାଡ଼ିକୁ ଦୁର୍ବୃତ୍ତ ଜାଳିଦେଇଛନ୍ତି।ପୋଲିଂ କର୍ମଚାରୀଙ୍କୁ ବାହାରକୁ ଡାକି ଦୁର୍ବୃତ୍ତ ଗାଡ଼ି ଜାଳିଦେଇଛନ୍ତି। ସମସ୍ତ ପୋଲିଂ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଫିରିଙ୍ଗିଆ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଏହା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ କମ୍ବିଂ ଚାଲୁ ରହିଛି।

Previous ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ହେବ ମତଦାନ
Next ଖରାରେ ସିଝୁଛି ସାରା ଓଡ଼ିଶା, ଆହୁରି ୨ ଦିନ ରହିବ ତାତି

No Comment

Leave a reply

Your email address will not be published. Required fields are marked *