କୃଷିମେଳାରେ କ୍ଷୁଦ୍ରଶସ୍ୟରୁ ପ୍ରସ୍ତୁତ ଖାଦ୍ୟର ଚାହିଦା

milet food demand in krushi mela-2020

କୃଷି ଓଡ଼ିଶା-୨୦୨୦ ମହାମେଳାରେ ଓଡ଼ିଶା ମିଲେଟ(କ୍ଷୁଦ୍ରଶସ୍ୟ) ମିଶନର ୩ଟି ଷ୍ଟଲ ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ରାଜ୍ୟସରକାରଙ୍କ ଦ୍ୱାରା ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ସୁଧା ରାଜ୍ୟର ୧୪ଟି ଜିଲ୍ଲାର ୧୭ଟି ବ୍ଲକରେ କାର୍ଯ୍ୟକାରୀ ହେଉଛି । ଓଡ଼ିଶାରେ କ୍ଷୁଦ୍ରଶସ୍ୟର ଉତ୍ପାଦନ କ୍ରମଶ ବୁଡ଼ିଯିବାକୁ ବସିଥିବାବେଳେ ସରକାରଙ୍କର ଏହି ଉଦ୍ୟମ ପ୍ରାୟ ୨ଲକ୍ଷ୍ୟ ଚାଷୀଙ୍କୁ ଜୀବିକା ଅର୍ଜନର ବାଟ ଦେଖାଇଛି । ୯ ପ୍ରକାରର କ୍ଷୁଦ୍ରଶସ୍ୟ ମଧ୍ୟରୁ ବାର୍ରନିୟାଡ଼, ବ୍ରଉନଟପ୍ ଏବଂ ଜହ୍ନାକୁ ଛାଡ଼ିଦେଲେ ବାଜରା, ମାଣ୍ଡିଆ, କାଙ୍ଗୁ, ଚନା, କୋଦ ଓ ସୁଆଁର ଉତ୍ପାଦନ ବୃଦ୍ଧି ଉପରେ ଏବେ ଗୁରୁତ୍ୱାରୋପ କରାଯାଉଛି । ରାଜ୍ୟର ନୂଆପଡ଼ା, ବରଗଡ଼, ବଲାଙ୍ଗିର, କନ୍ଦମାଳ, ସୂନ୍ଦରଗଡ଼, ମୟୂରଭଞ୍ଜ,କେଉଁଝର, ଗଞ୍ଜାମ,ଗଜପତି,ମାଲକାନଗିରି ନବରଙ୍ଗପୁର,କୋରାପୁଟ, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାରେ ଏହି ଚାଷ ବିଶେଷ ଭାବରେ କରାଯାଉଛି ।   ଏହି ୩ଟି ଷ୍ଟଲ ମଧ୍ୟରୁ ଦୁଇଟିରେ କ୍ଷଦ୍ର ଶସ୍ୟର ଉତ୍ପାଦନ ଏବଂ ଦ୍ରବ୍ୟଗୁଣ ସମ୍ପର୍କରେ ସୂଚନା ଦିଆଯାଉଥିବା ବେଳେ ତୃତୀୟ ଷ୍ଟଲଟିରେ ଏହି ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ସ୍ୱାଦୀଷ୍ଟ ଖାଦ୍ୟ ବିକ୍ରୀ ହେଉଛି । ଏଥିରେ ମାଣ୍ଡିଆ, ସୁଆଁ, କାଙ୍ଗୁ ପ୍ରଭୃତିରୁ ପ୍ରସ୍ତୁତ ଚକୁଳୀ,ମଣ୍ଡା,କେକ୍ ସାଣ୍ଡୁଇଚ୍‌, ମୁଡ଼କି, ମିକ୍ସଚର, କ୍ଷୀରି,ବରା, ବିସ୍କୁଟ, ଜିଲାବି, ପକୁଡ଼ି,ବରଫି, ମାଲପୁଆ,ଲଡୁ,ସୂପ ଆଦି ମିଳୁଛି । ଏହି ଦେଶି ଖାଦ୍ୟର ମଜାଉଠେଇବା ପାଇଁ ଷ୍ଟଲ ଆଗରେ ବେଶ ଲୋକଭିଡ଼ ଦେଖିବାକୁ ମିଳୁଛି । ସୂଚନା ଯୋଗ୍ୟଯେ ଏହି କ୍ଷୁଦ୍ର ଶସ୍ୟରେ ପୁଷ୍ଟିସାର ଏବଂ ସ୍ନେହସାର ଭରପୁରମାତ୍ରାରେ ରହିଥିବାରୁ ଏହା ସ୍ୱାସ୍ଥ୍ୟପାଇଁ ଏକ ଉପାଦେୟ ଖାଦ୍ୟଭାବେ ପରିଗଣିତ ହେଉଛି ।

Previous ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ସଂକଳ୍ପର ବିଶେଷ କାର୍ଯ୍ୟକ୍ରମ
Next କୃଷି ଓଡ଼ିଶା-୨୦୨୦ ଚତୁର୍ଥ ଦିବସ ମହିଳାଙ୍କୁ ସମର୍ପିତ

No Comment

Leave a reply

Your email address will not be published. Required fields are marked *