ଆସନ୍ତାକାଲି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ। ଦିନ ୧୧ ଟା ବେଳେ ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ ପରୀକ୍ଷା ଫଳ। ଏନେଇ ଆଜି ସୂଚନା ଦେଇଛନ୍ତି ମାଧ୍ୟମିଶ ଶିକ୍ଷା ପରିଷଦ(ବୋର୍ଡ) ସଭାପତି ଜାହାନ ଆରା ବେଗମ। ମ୍ୟାଟ୍ରିକ୍ ଫଳାଫଳ ବୋର୍ଡ଼ ୱେବସାଇଟ୍ www.bseodisha.ac.in ଓ www.bseodisha.nic.in ରେ ଉପଲବ୍ଧ ହେବ। ଯେଉମାନଙ୍କ ପାଖରେ ଇଣ୍ଟରନେଟ୍ର ସୁବିଧା ନାହିଁ, ସେମାନେ SMS ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। OR10 ଲେଖିରୋଲ୍ ନମ୍ବର ଲେଖି 5676750କୁ SMS ପଠାଇ ରେଜଲ୍ଟ ଜାଣି ପାରିବେ । ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୮୦ ପିଲା ପରୀକ୍ଷା ଦେଇଛନ୍ତି। ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୮ ତାରିଖ ମଧ୍ୟରେ ମ୍ୟାଟ୍ରିକ ପରୀକ୍ଷା ହୋଇଥିଲା । ସଠିକ ଭାବେ ମୂଲ୍ୟାୟନ ହୋଇପାରି ନଥିବାରୁ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା ।
ଆସନ୍ତାକାଲି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ
matric result will public tomorrow

No Comment