ଦ୍ୱାପରଯୁଗର ପୁନାରାବୃତ୍ତି

Man lost his Wife in Gambling

ଦ୍ୱାପର ଯୁଗରେ କୌରବ ମାନଙ୍କ ପାଖରେ ପାଣ୍ଡବମାନେ ପଶାପାଲି ଖେଳରେ ନିଜ ସ୍ତ୍ରୀ ଦ୍ରୌପଦୀଙ୍କ ସମେତ ସବୁକିଛି ବାଜି ଲଗାଇ ହାରିଥିବା କଥା ଆମେ ସମସ୍ତେ ଜାଣିଛନ୍ତି । ଯାହାପାଇଁ କୌରବମାନେ ଦ୍ରୌପଦୀଙ୍କୁ ନିର୍ବସ୍ତ୍ର କରିବାର ପ୍ରୟାସ କରିଥିଲେ ଆଉ ଏହି ଅପମାନରୁ ପଡ଼ିଥିଲା ମହାଭାରତ ଯୁଦ୍ଧର ମୂଳଦୁଆ । ଯୁଗେ ଯୁଗେ ଲେଖାଅଛି ନାରୀର ଅସମ୍ମାନ ଓ ଅପମାନରେ ସୃଷ୍ଟିର ବିନାଶ ଘଟିଛି । ଆପଣ ଭାବୁଥିବେ ଏହି ସବୁ କଥା ଆପଣମାନଙ୍କୁ ମୁଁ କାହିଁକି କହୁଛି? କାରଣ ସେହି ଦ୍ୱାପର ଯୁଗର କୌରବ ଓ ପାଣ୍ଡବଙ୍କ ପଶାଖେଳରୁ ଉପୁଜିଥିବା ବିବାଦୀୟ ପରିସ୍ଥିତିର ପୁନାରାବୃତ୍ତି ଘଟିଛି ନିକଟରେ ।

  Photo Courtesy: Star Plus

ମୋହସିନ ନାମକ ଜଣେ ଯୁବକ ଜୁଆଖେଳରେ ନିଜ ପତ୍ନୀ ସହିତ ଦୁଇ ଜଣ ସନ୍ତାନଙ୍କୁ ବାଜି ଲଗାଇ ହାରିଯାଇଛନ୍ତି । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହର ଅଞ୍ଚଳରେ । ସୂଚନା ଅନୁଯାୟୀ ମୋହସିନ ଇମ୍ରାନ ନାମକ ଜଣେ ଯୁବକଙ୍କ ସହ ସେ ଜୁଆ ଖେଳୁ ଖେଳୁ ବାଜି ଲାଗାଇ ହାରିଯାଇଥିଲେ । ଇମ୍ରାନ ବାଜି ଜିତି ନିୟମାନୁଯାୟୀ ମୋହସିନର ଘରେ ପହଞ୍ଚି ତା’ ସ୍ତ୍ରୀକୁ ସାଙ୍ଗରେ ନେଇଯିବା ପାଇଁ ଜିଦ୍ କରିଥିଲେ । ତେବେ ମୋହସିନଙ୍କ ସ୍ତ୍ରୀ ଏହାକୁ ଦୃଢ଼ ବିରୋଧ କରିଥିଲେ । ଏହା ଶୁଣି ପାଖ ସାହି ପଡ଼ିଶା ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ । ଘଟଣାର ସମାଧାନ ପାଇଁ ଗାଁରେ ପଞ୍ଚାୟତ ବସିଲା । ପଞ୍ଚାୟତର ନିଷ୍ପତ୍ତି ଅନୁଯାୟୀ ମୋହସିନ ନିଜର ଦୁଇ ସନ୍ତାନଙ୍କ ମଧ୍ୟରୁ ଜଣକୁ ଇମ୍ରାନଙ୍କୁ ଦେବାପାଇଁ ବାଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ମହିଳା ଜଣକ ମୋହସିନଙ୍କୁ ଛାଡପତ୍ର ଦେବା ସହିତ ପୁଲିସ ପାଖରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ପୁଲିସ ଏବେ ମାମଲା ରୁଜୁକରି ମୋହସିନ, ପଞ୍ଚାୟତ ନେତା ଓ ଇମ୍ରାନଙ୍କୁ ଖୋଜୁଛି । ସୂଚନା ଅନୁଯାୟୀ ମୋହସିନଙ୍କୁ ଉକ୍ତ ମହିଳା ୨୦୧୨ରେ ବିବାହ କରି ଦୁଇ ସନ୍ତାନଙ୍କ ଜନନୀ ହୋଇଥିଲେ ଏବଂ ୨୦୧୫ ରେ ଛାଡ଼ପତ୍ର ଦେଇଥିଲେ ।

ଦ୍ୱାପର ଯୁଗରେ କୁନ୍ତିଙ୍କ ନିର୍ଦ୍ଦେଶ ଅନୁସାରେ ବିନା ପ୍ରତିବାଦରେ ଦ୍ରୌପଦୀ ପାଞ୍ଚ ପତିଙ୍କୁ ଆଦରି ନେବାକୁ ବାଧ୍ୟ ହୋଇଥିଲେ । ଝିମିଟି ଖେଳରୁ ମହାଭାରତ ଭଳି ପଶାଖେଳରେ ପାଞ୍ଚ ପତି ତାଙ୍କୁ ବନ୍ଧା ରଖିଥିବାରୁ କୁରୁସଭାରେ ଗୁରୁଜନମାନଙ୍କ ସମ୍ମୁଖରେ ନିର୍ଯାତିତ ହୋଇଥିଲେ ମଧ୍ୟ ସେ ପ୍ରତିବାଦ କରିନଥିଲେ । ଏହି ନିର୍ଯାତନାର ପ୍ରତିଶୋଧ ପାଣ୍ଡବମାନେ ମହାଭାରତ ଯୁଦ୍ଧରେ ନେଇଥିଲେ । ନିଜ ପତିମାନଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ଥିବାରୁ ଦ୍ରୌପଦୀଙ୍କୁ ମୋହସିନଙ୍କ ସ୍ତ୍ରୀ ଭଳି କଠୋର ନିଷ୍ପତ୍ତି ନେବାର ଅବକାଶ ନଥିଲା ।

– ସୁନୈନା ମହାନ୍ତି

Previous ଭଦ୍ରକରେ ଇଣ୍ଟରନେଟ ସେବା ଆରମ୍ଭ
Next ନୀରବ ଘାତକ, ମେଦବହୁଳତା

No Comment

Leave a reply

Your email address will not be published. Required fields are marked *