ମହାରଥୀଙ୍କୁ ମିଳିଲା ଜାମିନ

maharathy got bail

ଫ୍ଲାଇଂ ସ୍କାଡକୁ ଆକ୍ରମଣ ଘଟଣାରେ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଆଜି ଜାମିନ ମିଳିଛି । ୫୦ ହଜାର ଟଙ୍କା ଓ ୨ ଜଣ ଜାମିନଦାରଙ୍କ ବ୍ୟକ୍ତିଗତ ମୁଚାଲିକାରେ ଭୁବନେଶ୍ୱରର ସ୍ୱତନ୍ତ୍ର ଅଦାଲତରୁ ତାଙ୍କୁ ଜାମିନ ମିଳିଛି । ସୂଚନାଯୋଗ୍ୟ ଯେ, ନିର୍ବାଚନ ଫ୍ଲାଇଂ ସ୍କ୍ବାଡ୍‌ର ମାଜିଷ୍ଟ୍ରେଟଙ୍କୁ ମାଡ ମାରିବା ଅଭିଯୋଗରେ ଗତ ୨୨ ତାରିଖରେ ପ୍ରଦୀପ ମହାରଥୀଙ୍କୁ ପୁଲିସ ଗିରଫ କରିଥିଲା। ତାପରେ ତାଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ଏହାପରେ ମହାରଥୀଙ୍କୁ ଭୁବନେଶ୍ବର ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ମାମଲାର ଶୁଣାଣି ୨୪ ତାରିଖରେ ହେବାକୁ ଥିବା ବେଳେ କେସ୍ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ ଆସି ନଥିବାରୁ ଏହା ଆଜିକି ଘୁଞ୍ଚିଥିଲା ।

Previous ୧୨ଟି ବୁଥରେ ହେବ ସାନି ମତଦାନ
Next ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୧୭ ପ୍ରତିଶତ ମତଦାନ

No Comment

Leave a reply

Your email address will not be published. Required fields are marked *