ସ୍ଥପତି ଇଶ୍ୱରଙ୍କ ନିଆରା କଳାକୃତି, ତେନ୍ତୁଳି ମଞ୍ଜିରେ ଗଣେଶ

Lord Ganesh statue in tamarind

ରାତି ପାହିଲେ ଶ୍ରୀ ପଂଚମୀ ଗଣେଶ ପୂଜା , ଏଥି ପାଇଁ ଗାଁଠୁ ସହର ସବୁଠି ଗହଳ ଚହଳ । ବିଘ୍ନବିନାଶକଙ୍କୁ ପୂଜିବା ପାଇଁ କାହୁଁ କେତେ ସଜବାଜ ଚାଲିଛି । ଏହି ଧାରାରୁ ବାଦ ନପଡ଼ି କିଛି ନିଆରା ଢଙ୍ଗରେ ଗଣେଶଙ୍କୁ ନିଜର ଭକ୍ତି ଭାବ ଜଣାଇଛନ୍ତି ଜଟଣି ଅଂଚଳର ଇଶ୍ୱର । ତେନ୍ତୁଳି ମଞ୍ଜିରେ ଗଣେଶଙ୍କ ମୂର୍ତି ଓ ମେଢ ତିଆରି କରିଛନ୍ତି ।

ପ୍ରତିବର୍ଷ ଗଣେଶ ପୂଜାରେ ସେ କିଛି ନିଆରା କଳାକୃତି କରିଥାନ୍ତି । କେବଳ ଗଣେଶ ପୂଜା ନୁହେଁ ଅନ୍ୟ ଉତ୍ସବ ଓ ଜାତୀୟ ଦିବସରେ ମଧ୍ୟ ତାଙ୍କ ହାତର ଯାଦୁକାରୀ ସ୍ପର୍ଶରେ ନିର୍ମିତ ହସ୍ତକଳା ଦେଖିବାକୁ ମିଳେ । ବୋତଲ ଭିତରେ ବିଭିନ୍ନ ସାମଗ୍ରୀ ରଖି ସୁକ୍ଷ୍ମ କାରୁକାର୍ଯ୍ୟରେ ଠାକରୁ, ମହାପୁରୁଷ, ଜାତୀୟ ସଙ୍କେତ, ଖେଳାଳି ପ୍ରଭୃତିଙ୍କୁ ସ୍ଥାନ ଦେଇଥାନ୍ତି । ଏହି ସବୁପରେ ବି ଗଣେଶ ପୂଜା ତାଙ୍କ ପାଇଁ ନିଆରା ରହିଥାଏ । ଚଳିତ ବର୍ଷ ୩୨୦ ତେନ୍ତୁଳି ମଞ୍ଜିରେ ତିଆରି କରିଛନ୍ତି କୁନି ଗଣେଶ ଓ ମେଢ । ଏଥି ପାଇଁ ତାଙ୍କୁ ୧୫ ଦିନ ସମୟ ଲାଗିଥିବା ବେଳେ ତେନ୍ତୁଳି ମଞ୍ଜି ସହ ଅଠା ଓ ରଙ୍ଗର ବ୍ୟବହାର କରିଛନ୍ତି ଇଶ୍ୱର । ୧୫ ବର୍ଷ ତଳୁ ଗଣେଶଙ୍କ ମୂର୍ତି ତିଆରି କରି ନିଜର କଳାର ସନ୍ଧାନ ପାଇଥିବା ଇଶ୍ୱର ବର୍ତମାନ ସୁଦ୍ଧା ୫୦୦ରୁ ଅଧିକ ଗଣେଶ ବିଭିନ୍ନ ସାମଗ୍ରୀରେ ତିଆରି କରି ନିଜ ଘରେ ଛୋଟ ସଂଗ୍ରାହଳୟ କରିଛନ୍ତି କହିଲେ ଭୂଲ ହେବ ନାହିଁ । ଏ ନେଇ ଇଶ୍ୱର କହନ୍ତି ପ୍ରଭୃ ଗଣେଶଙ୍କ ପାଇଁ ମୁଁ ଆଜି ଏହି ସବୁ କାମ କରିପାରୁଛି । ମୋତେ ଗଣେଶଙ୍କ ମୂର୍ତି କରିବାକୁ ଭଲ ଲାଗେ । ମୋର ପ୍ରଥମ କଳାକୃତି ଗଣେଶ ହିଁ ଥିଲେ । ମୁଁ ପ୍ରତିବର୍ଷ କିଛି ନିଆରା କରିଥାଏ ଗଣେଶ ପୂଜାରେ ଏହା ମତେ ଏକ ସ୍ୱତନ୍ତ୍ର ଅନୁଭୂତି ଦେଇଥାଏ ।

Previous ଦୁଃଖ ଆପଣଙ୍କ ପାଖ ମାଡିବନି, ଆପଣାନ୍ତୁ ନିମ୍ନୋକ୍ତ ସୂତ୍ର
Next ରୋଗ ଆପଣଙ୍କ ପାଖ ମାଡିବନି, ସବୁଦିନେ ଖାଆନ୍ତୁ କବାବ ଚିନି

No Comment

Leave a reply

Your email address will not be published. Required fields are marked *