ଶୀତଳ ଭଣ୍ଡାରରୁ ଆମୋନିଆ ଗ୍ୟାସ୍‍ ଲିକ୍‍

leakage of ammonia gas from a cold storage

ବାଲେଶ୍ୱର ସହରର ଆଇଟିଆଇ ଛକ ଶୀତଳଭଣ୍ଡାରରୁ ଲିକ୍ ହୋଇଛି ଆମୋନିଆ ଗ୍ୟାସ୍‌। ଆଜି ସକାଳେ ହଠାତ୍ ଏହି ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ବ୍ୟାପିବାକୁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଗ୍ୟାସ୍ ଲିକ୍ ବନ୍ଦ କରିଥିଲେ।ତେବେ ଗ୍ୟାସ୍‌ ଲିକ୍‌କୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ପୁଲିସ୍‌ ପହଞ୍ଚି ବୁଝାସୁଝା କଲା ପରେ ରାସ୍ତାରୋକରୁ ହଟିଥିଲେ ଆନ୍ଦୋଳନ କାରି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକେଜ୍ ହେଉଥିବା ନେଇ ବାରମ୍ବାର ଅଭିଯୋଗ ସତ୍ୱେ ଆମ କଥା କେହି ଶୁଣୁନାହାନ୍ତି । ଆଜି ସକାଳେ ଆମୋନିଆ ଗ୍ୟାସ୍ ଲିକ୍‌ ହୋଇ ଚାରିଆଡ଼େ ଧୂଆଁମୟ ହୋଇଯାଇଥିଲା। ପୂର୍ବରୁ ମଧ୍ୟ ଏପରି ହୋଇଛି ଆମ କଥା କେହି ଶୁଣୁ ନଥିବାରୁ ଓ ଏନେଇ ପଦକ୍ଷେପ ନେଉ ନଥିବାରୁ ଆମେ ଆଜି ରାସ୍ତାରୋକ କରିଥିଲୁ।

Previous ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ
Next ବାରଣାସୀରୁ ମୋଦୀଙ୍କ ବିପକ୍ଷରେ ଅଜୟ ରାଏଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

No Comment

Leave a reply

Your email address will not be published. Required fields are marked *