ବିଜେଡିରୁ ବିଦା ହେଉଛନ୍ତି ନେତା

kusum tete and pramod patnaik resigned from bjd

ଦଳ ବିରୋଧୀ କାର୍ଯ୍ୟ ପାଇଁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଦୁଇ ନେତାଙ୍କୁ ବିଜୁ ଜନତା ଦଳରୁ ଆଜି ବହିଷ୍କାର କରାଯାଇଛି ।ବ୍ରହ୍ମଗିରି ବ୍ଲକର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ଏବଂ ପ୍ରସନ୍ନ ବରାଳଙ୍କୁ ବହିଷ୍କାର କରାଯାଇଥିବା ନେଇ ବିଜେଡି ପକ୍ଷରୁ ଆଜି ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି। ଗତକାଲି କୃଷ୍ଣଚନ୍ଦ୍ରଙ୍କ ନେତୃତ୍ୱରେ ବ୍ରହ୍ମଗିରିର କିଛି ବିଜେଡି କର୍ମୀ ଓ ନେତା ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଞ୍ଜୟ ଦାସବର୍ମାଙ୍କୁ ବ୍ରହ୍ମଗିରିରୁ ହଟାଇବା ଲାଗି ସେମାନେ ଦାବି କରିଥିଲେ। ଅନ୍ୟପକ୍ଷରେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ସୁନ୍ଦରଗଡ଼ ବିଜେଡି ନେତ୍ରୀ କୁସୁମ ଟେଟେ ଓ କଳାହାଣ୍ଡି ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ । ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି କୁସୁମ ବୋଲି ସୂଚନା ମିଳିଛି । ବିଜେଡି ପ୍ରାର୍ଥୀ ତାଲିକାରେ ତାଙ୍କୁ ଟିକେଟ୍ ନଦେଇ ସୁନ୍ଦରଗଡ଼ ବିଧାନସଭା ବିଜେଡି ପ୍ରାର୍ଥୀ ଭାବେ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିବା ଯୋଗେଶ ସିଂଙ୍କୁ ଟିକେଟ୍ ଦେବାପରେ କୁସୁମ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିଛନ୍ତି।

Previous ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି
Next ନାମାଙ୍କନ ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

No Comment

Leave a reply

Your email address will not be published. Required fields are marked *