କୃଷି ଓଡ଼ିଶା-୨୦୨୦ ଆଉ ଦୁଇଦିନ ପରେ

Krushi Odisha-2020 to be held from Jan 20-24

ପ୍ରତିବର୍ଷ ରାଜ୍ୟସରକାରଙ୍କ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଆୟୋଜିତ ହୋଇଆସୁଛି । ଚଳିତ ବର୍ଷ ଏହା ଭୁବନେଶ୍ୱରର ଜନତାମଇଦାନରେ ଆୟେଜିତ ହେଉଛି । ଜାନୁୟାରୀ ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୩ହଜାରରୁ ଅଧିକ ଚାଷୀ, ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଜତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ କମ୍ପାନୀ ଯୋଗ ଦେବାର ଯୋଜନା ରହିଛି । କୃଷି କ୍ଷେତ୍ରରେ ରାଜ୍ୟର ଅଗ୍ରଗତି ସହିତ ତାଳ ଦେଇ ‘କୃଷି ଓଡ଼ିଶା’ ତା’ର କଳେବର ବୃଦ୍ଧି କରିଚାଲିଛି । ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟେଜିତ ହେଉଥିବା ଏହି ମହୋତ୍ସବକୁ ଚଳିତ ବର୍ଷ ଅଧିକ ଆକର୍ଷଣୀୟ ଓ ଶିକ୍ଷଣୀୟ କରିବା ଦିଗରେ ବିବିଧ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି ।

Previous ୨୦ରୁ ‘କୃଷି ଓଡ଼ିଶା’
Next କୃଷି ଓଡ଼ିଶା-୨୦୨୦: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

No Comment

Leave a reply

Your email address will not be published. Required fields are marked *