୨୦ରୁ ‘କୃଷି ଓଡ଼ିଶା’

Krushi Odisha 2020 From January 20

ରାଜ୍ୟ ସରକାରଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କୃଷିମନ୍ତ୍ରୀ ଡ଼.ଅରୁଣ କୁମାର ସାହୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କୃଷି କ୍ଷେତ୍ରରେ ଓଡ଼ିଶା ଦିନକୁ ଦିନ ଅଗ୍ରଗତି କରିବାରେ ଲାଗିଛି । କୃଷକମାନେ ଆଧୁନିକ ଜ୍ଞାନକୌଶଳ, ଆନୁସଙ୍ଗିକ କୃଷି ଯନ୍ତ୍ରପାତି ସମ୍ପର୍କରେ ଜାଣିବା ସହ ସେମାନଙ୍କର ଉପାର୍ଯନ କିପରି ଅଧିକ ବୃଦ୍ଧି କରିପାରିବେ ତାହା ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରୁ ଜାଣିବାକୁ ପାଇବେ । ଚଳିତ ବର୍ଷ ୨୨୮ଟି ଷ୍ଟଲ ନିର୍ମାଣ କରାଯାଇଥିବା ବେଳେ ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ଟି କମ୍ପାନୀ ଯୋଗଦେବେ ବୋଲି ସେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩ହଜାରରୁ ଅଧିକ ଚାଷୀ ସମିଲ ହେବାର ଆଶା ରହିଛି । ଭୁବନେଶ୍ୱର ଜନତାମଇଦାନରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Previous ରାଶି ତେଲର ଉପକାରୀତା
Next କୃଷି ଓଡ଼ିଶା-୨୦୨୦ ଆଉ ଦୁଇଦିନ ପରେ

No Comment

Leave a reply

Your email address will not be published. Required fields are marked *