ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ ପଞ୍ଜୁରୀ ଭିତରେ ମାଛ ଚାଷ ସମ୍ପର୍କରେ ଏକ ଆଲୋଚନା ଚକ୍ର କୃଷି ଓଡ଼ିଶା-୨୦୨୦ ଅବସରରେ ଆଜି ପୂର୍ବାହ୍ନରେ ମିଡ଼ିଆ ଲାଉଞ୍ଜ ପରିସରରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ଫିସ୍ ଫେଡ଼ ଆନୁକୂଲ୍ୟରେ ଆୟୋଜିତ ଏହି ଆଲୋଚନା ଚକ୍ରରୁ ଜଣାଯାଏ ଯେ ରାଜ୍ୟରେ ୨୦୧୫ ମସିହାରେ ପଞ୍ଜୁରୀ ଭିତରେ ମାଛ ଚାଷର ଆୟମାରମ୍ଭ ହୋଇଥିଲା । ପ୍ରାରମ୍ଭରେ ୫ମିଟର ଦୈର୍ଘ୍ୟ,ପ୍ରସ୍ଥ ଓ ଗଭିରତା ବିଶିଷ୍ଟ ବର୍ଗାକାର ଚାଇନଜ ପଞ୍ଜୁରୀରେ ଏହି ଚାଷ କରାଯାଉଥିବା ବେଳେ ପରବର୍ତ୍ତି ସମୟରେ ୬ମିଟର ଲମ୍ବ,୪ମିଟର ଚଉଡ଼ା ଏବଂ ୪ମିଟ ଗଭିରତା ବିଶିଷ୍ଟ ଆୟତାକାର ପୁଞ୍ଜରୀକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା ।
ପ୍ରାଥମିକ ପର୍ଯାୟରେ ସର୍ବମୋଟ ୩୨୨ଟି ପଞ୍ଜୁରୀ ମଧ୍ୟରୁ ୧୬୬ଟି ପଞ୍ଜୁରୀ ବିଭିନ୍ନ ସମବାୟ ସମିତିଙ୍କୁ ବଣ୍ଟନ କରାଯାଇଥିବା ବେଳେ ୫୮ଟି ପଞ୍ଜୁରୀ ବିଭିନ୍ନ ଘରୋଇ ଉଦ୍ୟୋଗିଙ୍କୁ ଆବଣ୍ଟନ କରାଯାଇଥିଲା । ଏତଦ୍ଭିନ୍ନ ୩୨୨ଟିରୁ ୯୮ଟି ପଞ୍ଜୁରୀ ଏବେ ସୁଧା ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି । ଜଣାଯାଏ ଯେ ଆବଣ୍ଟିତ ପଞ୍ଜୁରୀଗୁଡ଼ିକରୁ ପ୍ରାୟ ୩୦୦୦ କିଲୋ ଜଳଙ୍ଗମାଛ ଉତ୍ପାଦିତ ହୋଇଥିଲା । ତେବେ ବିକ୍ରିବଟାରେ ଅସୁବିଧା ସାଙ୍ଗକୁ ଉପଯୁକ୍ତ ମୂଲ୍ୟ ନମିଳିବାରୁ ଉଦ୍ୟୋଗିମାନଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆଲୋଚନା ଚକ୍ରରୁ ଆହୁରି ଜଣାଯାଏ ଯେ ରାଜ୍ୟରେ ରୋହି, ଭାକୁଡ଼ ପ୍ରଭୃତି ମାଛର ଅଧିକ ଚାହିଦା ଥିବାରୁ ବର୍ତ୍ତମାନ ୧୬ ମିଟର ଦୈର୍ଘ୍ୟ, ୫ମିଟର ପ୍ରସ୍ଥ ଏବଂ ୫ମିଟର ଗଭିରତା ବିଶିଷ୍ଟ ଗୋଲାକାର ପଞ୍ଜୁରୀରେ ଏହି ଧରଣର ମାଛ ଚାଷ କରିବାକୁ ଉଦ୍ୟମ ହେଉଛି । ଗୋଟିଏ ଗୋଲାକାର ପଞ୍ଜରୀରୁ ୧୦୦୦ କିଲରୁ ଉର୍ଦ୍ଧ୍ୱ ମାଛ ଉତ୍ପାଦନ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
କୃଷି ଓଡ଼ିଶା-୨୦୨୦: ପଞ୍ଜୁରୀ ଭିତରେ ମାଛ ଚାଷ ନେଇ ଆଲୋଚନା ଚକ୍ର
fish culture in cage in odisha

No Comment