କୃଷି ଓଡ଼ିଶା-୨୦୨୦: ୩ୟ ଦିନରେ ବ୍ୟାଙ୍କ ଅଧିକାରୀ ଓ ଚାଷୀଙ୍କୁ ନେଇ ଆଲୋଚନା ଚକ୍ର

krushi odisha 2020 day three banker farmers meeting

କୃଷି ଓଡ଼ିଶା-୨୦୨୦ କାର୍ଯ୍ୟକ୍ରମର ଆଜି ୩ୟ ଦିବସରେ କେନ୍ଦ୍ରାପଡ଼ା, ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା,ମୟୁରଭଞ୍ଜ ଓ ବରଗଡ଼ରୁ ପ୍ରାୟ ୨୦୦୦ ଚାଷୀ ଯୋଗଦେଇଥିଲେ । ତନ୍ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୫୦, ରାୟଗଡ଼ାରୁ ୨୦୦, କୋରାପୁଟରୁ ୨୦୦, ଖୋର୍ଦ୍ଧାରୁ ୭୦୦, ମୟୁରଭଞ୍ଜରୁ ୪୦୦ ଏବଂ ବରଗଡ଼ ଜିଲ୍ଲାରୁ ୨୫୦ ଚାଷୀ ସାମିଲ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ‘କୃଷି ଓଡ଼ିଶା’ର ୩ୟ ଦିନକୁ ‘ପଞ୍ଚାୟତିରାଜ ଜନ ପ୍ରତିନିଧି ଦିବସ’ ଭାବେ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ବିଭାଗୀୟ ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁ ଓ ବିଭିନ୍ନ ପଦାଧିକାରୀଙ୍କ ଦ୍ୱାରା କୃଷି କ୍ଷେତ୍ରରେ ଅଧିକ ଉନ୍ନତି ସହ ଚାଷୀ କିପରି ଲାଭବାନ ହୋଇ ପାରିବେ ସେ ବିଷୟରେ ସମ୍ୟକ ଧାରଣା ଦିଆଯାଇଥିଲା । ଏହାସହ ଆଜି କୃଷି ମେଳା ପରିସରରେ ରାଜ୍ୟରେ ଥିବା ବିଭିନ୍ନ ବ୍ୟାଙ୍କ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୌଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କୃଷି ଓ ଅନୁସଙ୍ଗିକ କ୍ଷେତ୍ରକୁ ଋଣ ଯୋଗାଣ ନିମନ୍ତେ ବ୍ୟାଙ୍କମାନଙ୍କର ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା । ମନ୍ତ୍ରୀ ଶ୍ରୀ ସାହୁ ଏହି ବୌଠକରେ ପୌରହିତ କରି କହିଥିଲେ ଯେ ବ୍ୟାଙ୍କ ଓ ଚାଷୀଙ୍କ ମଧ୍ୟରେ ରହିଥିବା ଦୂରତା କମିଲେ ହିଁ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୫୦୦ ବ୍ୟାଙ୍କ ଅଧିକାରୀ ଯୋଗଦେଇଥିଲେ ।

Previous କୃଷି ଓଡ଼ିଶାରେ ବହୁ ମନଲୋଭା ଖାଦ୍ୟର ଷ୍ଟଲ
Next ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ସଂକଳ୍ପର ବିଶେଷ କାର୍ଯ୍ୟକ୍ରମ

No Comment

Leave a reply

Your email address will not be published. Required fields are marked *