କୃଷି ଓଡ଼ିଶା-୨୦୨୦ ଚତୁର୍ଥ ଦିବସ ମହିଳାଙ୍କୁ ସମର୍ପିତ

krushi odisha-2020: day-4 dedicate to women

କୃଷି ଓଡ଼ିଶା-୨୦୨୦ କାର୍ଯ୍ୟକ୍ରମର ଆଜି ଚତୃର୍ଥ ଦିବସରେ ଜଗତସିଂହପୁର, ସମ୍ବଲପୁର,ନୂଆପଡ଼ା,କଳାହାଣ୍ଡି,ଝାରସୁଗୁଡ଼ା ଏବଂ ଗଞ୍ଜାମ ଆଦି ୬ଟି ଜିଲ୍ଲାର ୨ହଜାର ଚାଷୀ ଯୋଗଦେଇଥିଲେ । ସେଥିମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ ୩୫୦,ସମ୍ବଲପୁରରୁ ୩୫୦,ନୂଆପଡ଼ାରୁ୨୦୦,କଳାହାଣ୍ଡିରୁ ୨୦୦,ଝାରସୁଗୁଡ଼ାରୁ ୨୦୦ ଏବଂ ଗଞ୍ଜାମ ଜିଲ୍ଲାରୁ ୭୦୦ ଚାଷୀ ଅର୍ନ୍ତଭୁକ୍ତ । ରାଜ୍ୟକୃଷି ବିଭାଗ ପକ୍ଷରୁ ଆଜିର ଦିନକୁ ମହିଳା ଦିବସ ଭାବେ ଘୋଷଣା କରାଯାଇଥିଲା । ଏହି ଅବସରରେ ସନ୍ଧ୍ୟାରେ କୃଷି ତଥା କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁପାଳନ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ମନୋଜ୍ଞ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିସନଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ ।

Previous କୃଷିମେଳାରେ କ୍ଷୁଦ୍ରଶସ୍ୟରୁ ପ୍ରସ୍ତୁତ ଖାଦ୍ୟର ଚାହିଦା
Next କୃଷି ଓଡ଼ିଶା-୨୦୨୦: ପଞ୍ଜୁରୀ ଭିତରେ ମାଛ ଚାଷ ନେଇ ଆଲୋଚନା ଚକ୍ର

No Comment

Leave a reply

Your email address will not be published. Required fields are marked *