ସରିଲା କୃଷି ଓଡ଼ିଶା-୨୦୨୦

krushi odisha-2020 closing ceremony

କୃଷି ଓ ପଶୁ ପାଳନ ହେଉଛି ଯେକୌଣସି ଦେଶର ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ । ତେବେ ବିଭିନ୍ନ କାରଣରୁ ଏହି କ୍ଷେତ୍ରରେ ଆମେ ବହୁତ ପଛରେ ପଡ଼ି ରହିଛେ । ରାଜ୍ୟ ସରକାର ଏହାକୁ ହୃଦୟଙ୍ଗମ କରି କୃଷି ଓ ପଶୁପାଳନ କ୍ଷେତ୍ରରେ ଯେଉଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହା ପ୍ରଶଂସା ଯୋଗ୍ୟ ଏବଂ ନିକଟ ଭବିଷ୍ୟତରେ ଏହାର ସୁଫଳ ଦେଖିବାକୁ ମିଳିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଆଜି କୃଷି ଓଡ଼ିଶା-୨୦୨୦ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି । କୃଷି ତଥା କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ସଶକ୍ତୀକରଣ ଏବଂ ବିଜ୍ଞାନ ଓ କରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ.ସୌରଭ ଗର୍ଗ, କୃଷି ବିଶ୍ୱବିଦ୍ୟାଳୟର କୂଳପତି ଡଃ.ପବନ କୁମାର ଅଗ୍ରୱାଲ ପ୍ରମୁଖ ଯୋଗଦେଇ ରାଜ୍ୟରେ କୃଷିର ଅଗ୍ରଗତି ଏବଂ କୃଷକଙ୍କ ସମସ୍ୟାର ସମାଧାନ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।

Previous କୃଷି ଓଡ଼ିଶା-୨୦୨୦: କୃଷି ଉଦ୍ୟୋଗ ଓ ଷ୍ଟାର୍ଟଅପ୍ ଉପରେ ଆଲୋଚନା ଚକ୍ର
Next ନଡ଼ିଆ ଦେଇଛି ପରିଚୟ

No Comment

Leave a reply

Your email address will not be published. Required fields are marked *