ମଙ୍ଗୁଳି ଜେନା ହତ୍ୟା ଘଟଣା : ବିଜେପି ପକ୍ଷରୁ ୬ ଘଣ୍ଟିଆ ଖୋର୍ଦ୍ଧା ବନ୍ଦ

khurdha bandh call by bjp protesting against manguli jenas murder

ଗତକାଲି ରାତିରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ କେହି ହତ୍ୟା କରିଥିବା ବେଳେ ଆଜି ଏହାର ପ୍ରତିବାଦ କରି ଖୋର୍ଦ୍ଧା ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋର୍ଦ୍ଧା ବନ୍ଦ ଡାକରା ଦିଆଯାଇଛି। ଏହା ସହିତ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ଖୋର୍ଦ୍ଧା ଟାଉନ୍ ଥାନା ଆଗରେ ବିଜେପି କର୍ମୀମାନେ ଧାରଣାରେ ବସିଛନ୍ତି। କାଲି ରାତିରୁ ବଜେପିର ୫ ଜଣିଆ ଟିମ୍ ଟାଉନ୍ ଥାନା ଆଗରେ ଧାରଣାରେ ବସିଛନ୍ତି। ଗତକାଲି ରାତିରେ ଖୋର୍ଦ୍ଧା ନବୀନାବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ବିଜେପି ବିଜେଡି ମୁହାଁ ମୁହିଁ ହୋଇଛନ୍ତି । ବିଜେଡି ଏହି କାଣ୍ଡ ଭିଆଇ ଥିବାର ବିଜେପି କହୁଥିବା ବେଳେ ଏହାକୁ ଖଣ୍ଡନ କରି ବିଜେଡି ବିଧାୟକ ପ୍ରାର୍ଥୀ ଜ୍ୟୋତିରିନ୍ଦ୍ରନାଥ ମିତ୍ର। କହିଛନ୍ତି, ଏହି ହତ୍ୟାକାଣ୍ଡରେ ବିଜେଡି କର୍ମୀଙ୍କ ସମ୍ପୃକ୍ତି ନାହିଁ। ବିଜେଡି ଭଲ ସ୍ଥିତିରେ ରହିଛି। ବିଜେପି ଆମକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରୁଛି। ଘଟଣାର ନିରପେକ୍ଷ ତଦନ୍ତ ହେଉ ଓ ଦୋଷୀକୁ ଦଣ୍ଡବିଧାନ କରାଯାଉ। ଅନ୍ୟପକ୍ଷରେ ଖୋର୍ଦ୍ଧାର ବିଜେପି ନେତାଙ୍କୁ ହତ୍ୟା ଘଟଣାରେ  ପ୍ରତିକ୍ରିୟା ରଖି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଘଟଣାରେ ଶାନ୍ତି ସହ ଧୈର୍ଯ୍ୟ ଧରିବାକୁ, ଏହାସହ ବୁଲେଟର ଜବାବ ବାଲାଟରେ ଦେବାକୁ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ସେ । ଧର୍ମେନ୍ଦ୍ର କହିଛନ୍ତି, ବିଜେପିର ଲକ୍ଷାଧିକ କର୍ମକର୍ତ୍ତାଙ୍କୁ ବୁଝାଇବାକୁ ଚାହୁଁଛି କି ଏଇଟା ଧୈର୍ଯ୍ୟ ଧରିବାର ସମୟ । ଯେଉଁମାନଙ୍କର ବାଲାଟ ପେପରରେ ହାରି ଯିବାର ଡର ରହିଲାଣି । ସେମାନେ ହିଁ ହିଂସାର ରାସ୍ତା ଆପଣାଉଛନ୍ତି । ହିଂସାର ଉତ୍ତର ଗଣତନ୍ତ୍ରରେ ହିଂସା ନୁହେଁ । ବରଂ ଗୁଳିର ଉତ୍ତର ଭୋଟରେ ଦେବାକୁ ପଡିବ । ଭୋଟରେ ପରାଜୟ କରାଇଲେ ହିଁ ହିଂସାକାରୀଙ୍କ ସଠିକ୍ ଉତର ମିଳିବ ବୋଲି ଧର୍ମେନ୍ଦ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ଲେଖିଛନ୍ତି । ଖୋର୍ଦ୍ଧାରେ ହୋଇଥିବା ହିଂସାକୁ ସେ ଦୃଢ ନିନ୍ଦା କରିଛନ୍ତି । ଏଥିସହ ଘଟଣାକୁ ଗୁରୁତର ସହ ନେବାକୁ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Previous ପ୍ରଧାନମନ୍ତ୍ରୀ ମୋଦି ପାଇବେ ଋଷିଆର ସର୍ବୋଚ୍ଚ ସମ୍ମାନ 'ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁ-ଦ ଆପୋଷ୍ଟଲ'
Next ପଶ୍ଚିମ ଓଡ଼ିଶାରେ ନବୀନଙ୍କ ଜୋରସୋର ନିର୍ବାଚନ ପ୍ରଚାର

No Comment

Leave a reply

Your email address will not be published. Required fields are marked *