ଗତ୨୧ ତାରିଖରେ ରିଲିଜ୍ ହୋଇଥିବା ଅକ୍ଷୟକୁମାରଙ୍କ ଅଭିନୀତ ଫିଲ୍ମ ‘କେଶରୀ’ ର ପ୍ରଥମ ଦିନରେ ସର୍ବାଧିକ ଓପନିଂ କଲେକ୍ସନ୍ର ରେକର୍ଡ଼ କରିଥିବା ବେଳେ ଏବେ ୧୦୦ କୋଟି କ୍ଲବ୍ରେ ସାମିଲ ହୋଇଛି। ଗୋଟିଏ ସପ୍ତାହରେ ‘କେଶରୀ’ ୧୦୦ କୋଟି ଆୟ କରିବାକୁ ସକ୍ଷମ ହୋଇଛି । ବକ୍ସ ଅଫିସ୍ରେ କେଶରୀକୁ ବେଶ୍ ସଫଳତା ମିଳୁଛି। ଏହା ପ୍ରଥମ ଦିନରେ ୨୧.୦୬ କୋଟି ଟଙ୍କା ଆୟ କରିଥିଲା। ଏହା ପୂର୍ବରୁ ରିଲିଜ୍ ଅକ୍ଷୟଙ୍କ ଫିଲ୍ମ ‘ପ୍ୟାଡ୍ମ୍ୟାନ୍’, ‘ଗୋଲ୍ଡ’ ଓ ‘2.0’ର ବ୍ୟାକ୍ ଟୁ ବ୍ୟାକ୍ ମଧ୍ୟ ବେଶ ସଫଳ ପ୍ରମାଣିତ ହୋଇଥିଲା । ୨୦୧୯ରେ ‘କେଶରୀ’ ଅକ୍ଷୟଙ୍କୁ ଆଣିଦେଇଛି ଆଉ ଏକ ବଡ଼ ସଫଳତା। ସୂଚନା ଅନୁୟାୟୀ ଭାରତୀୟ ବଜାରରେ ଏହା ପ୍ରଥମ ଦିନ ଅର୍ଥାତ୍ ଗତ ୨୧ ତାରିଖରେ ୨୧.୦୬ କୋଟି, ଦ୍ୱିତୀୟ ଦିନରେ ୧୬.୭୫ କୋଟି, ତୃତୀୟ ଦିନରେ ୧୮.୭୫ କୋଟି, ଚତୁର୍ଥ ଦିନରେ ୨୧.୫୧ କୋଟି, ପଞ୍ଚମ ଦିନରେ ୮.୨୫ ଓ ଷଷ୍ଠ ଦିନରେ ୭.୧୭ କୋଟି ଟଙ୍କା ଆୟ କରିଥିଲା । ଯାହା କି ସର୍ବମୋଟ ୯୩. ୪୯ କୋଟି ଟଙ୍କା ହୋଇଯାଇଥିଲା। ହେଲେ ଗତକାଲି ଏହା ୬.୫୦ ଟଙ୍କା କମାଇ ୧୦୦ କୋଟିରେ ସାମିଲ ହୋଇଯାଇଛି। ଫିଲ୍ମଟି ୨୦୧୯ର ସର୍ବାଧିକ ଓପନିଂ ଡେ ଓ ଓପନିଂ ୱିକେଣ୍ଡ ଆୟର ରେକର୍ଡ଼ ହାତେଇବାକୁ ସକ୍ଷମ ହୋଇଛି । ‘କେଶରୀ’ ବିଶ୍ୱବ୍ୟାପୀ ସର୍ବମୋଟ ୪ ହଜାର ୨୦୦ଟି ସ୍କ୍ରିନ୍ରେ ରିଲିଜ୍ କରାଯାଇଛି। ଏଥିରେ ଅକ୍ଷୟଙ୍କ ବିପକ୍ଷରେ ପରିଣିତି ଚୋପ୍ରା ଅଭିନୟ କରିଛନ୍ତି ।
ପୁଣି ଅକ୍ଷୟଙ୍କ ବଡ଼ ସଫଳତା,ସପ୍ତାହରେ ୧୦୦ କୋଟି ଆୟ କଲା ‘କେଶରୀ’
kesari box office collection 7th day 100 crore club akshay kumar battle of saragarhi

No Comment