କର୍ଣ୍ଣାଟକ ରାଜନୀତି: ବାଚସ୍ପତି ପଦରୁ ଇସ୍ତଫା ଦେଲେ ରମେଶ କୁମାର

Karnataka Speaker Ramesh Kumar resigns

କର୍ଣ୍ଣାଟକ ବିଧାନସଭାରେ ଆଜି ବିଏସ ୟେଦୁରପ୍ପାଙ୍କ ସରକାର ଆସ୍ଥା ଭୋଟରେ ବିଜୟ ହୋଇଥିବାବେଳେ ଅନ୍ୟପଟରେ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି କେ ରମେଶ କୁମାର । ଆସ୍ଥା ଭୋଟରେ ୟେଦୁରପ୍ପା ବିଜୟ ହେବା ପରେ ରମେଶ କୁମାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। କର୍ଣ୍ଣାଟକ ରାଜନୀତିରେ ହୋଇଥିବା ହଟଚମଟରେ ବାଚସ୍ପତିଙ୍କ ଭୂମିକାକୁ ନେଇ ଗତ କିଛିଦିନ ହେଲା ବେଶ ଚର୍ଚ୍ଚା ଚାଲିଥିଲା। ବାଚସ୍ପତି ପରିବର୍ତ୍ତନ ପାଇଁ ସଂଖ୍ୟା ଗରିଷ୍ଠତା ପାଇବା ପରେ ବିଜେପି ଉଦ୍ୟମ କରିବାର କୁହାଯାଉଥିଲା । କିନ୍ତୁ ଏହି ଚର୍ଚା ସତ ହେବା ଆଗରୁ ନିଜ ତରଫରୁ ଇସ୍ତଫା ଦେଇଛନ୍ତି ରମେଶ କୁମାର। ଉପବାଚସ୍ପତି କ୍ରିଷ୍ଣା ରେଡ୍ଡୀଙ୍କୁ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । କଂଗ୍ରେସର ଜଣେ ଟାଣୁଆ ବିଧାୟକ ଭାବେ ରମେଶ କୁମାର ବେଶ ଜଣାଶୁଣା । କର୍ଣ୍ଣାଟକର ଶ୍ରୀନିବାସପୁରରୁ ୬ ଥର ବିଧାୟକ ଥିବା ରମେଶ କୁମାର ସିଦ୍ଧରମେୟାଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବାବେଳେ କୁମାରସ୍ୱାମୀଙ୍କ ଓ କଂଗ୍ରେସ ଗଠବନ୍ଧନ ସରକାରରେ କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

Previous ଆସ୍ଥା ଭୋଟରେ ଜିତିଲେ ୟେଦୁରପ୍ପା
Next ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା

No Comment

Leave a reply

Your email address will not be published. Required fields are marked *