ନୂଆ ଅଭିଯାନ ପାଇଁ ଯୋଜନା କରୁଛି ଜିଓ: ଆସିପାରେ ଦେଶୀ ‘ବିଟ୍ କଏନ୍’!

JioCoin

ମୋବାଇଲ ନେଟୱର୍କ ଓ ମୋବାଇଲ ପରେ ବିଟ୍ କଏନ୍, କ୍ରିପ୍ଟୋକରେନ୍ସି ଭଳି ଭର୍ଚୁଆଲ୍ କରେନ୍ସି ବା ଇଣ୍ଟରନେଟ ଜଗତରେ ପ୍ରଚଳିତ ମୁଦ୍ରା ଆରମ୍ଭ କରିବାକୁ ଯାଉଛି ରିଲାଏନ୍ସ ଜିଓ । ଏହି ନୂଆ ପ୍ରକାର ଭର୍ଚୁଆଲ୍ ମୁଦ୍ରାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସ୍ୱୀକୃତି ଦେଇନଥିଲେ ମଧ୍ୟ ବିଦେଶରେ ଏହାର ଚାହିଦା ବଢ଼ିବାରେ ଲାଗିଛି । ତେଣୁ ଭବିଷ୍ୟତ ବଜାରକୁ ଦୃଷ୍ଟିରେ ରଖି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ କମ୍ପାନୀ ଏହି ଭର୍ଚୁଆଲ କରେନ୍ସି ପ୍ରଚଳନ କରିବାକୁ ଯୋଜନା କରୁଛି ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି । ଏହାର ନାଁ ରହିବ ‘ଜିଓ କଏନ୍’ ।

ରିପୋର୍ଟ ଅନୁସାରେ, ଏହି ନୂଆ ଅଭିଯାନ ‘ଜିଓ କଏନ୍’ର ନେତୃତ୍ୱ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ନେବେ । ଏଥିପାଇଁ 50 ଜଣ ଯୁବ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ଯାଉଛି ଜିଓ । ଏବେ ବିଶ୍ୱରେ 1300ରୁ ଅଧିକ ପ୍ରକାର ଭର୍ଚୁଆଲ୍ କରେନ୍ସି ପ୍ରଚଳିତ ହେଉଛି ।

Previous ଜାଣନ୍ତି କି? କେବିସିରେ ନିଜ କମ୍ପ୍ୟୁଟର୍ ସ୍କ୍ରିନରେ କ’ଣ ଦେଖିପାରନ୍ତି ବିଗ୍ ବି?
Next ବୋଲ୍ଟଙ୍କ ଘାତକ ବୋଲିଂ: ସିରିଜ୍ ହରେଇଲା ପାକିସ୍ତାନ

No Comment

Leave a reply

Your email address will not be published. Required fields are marked *