ସମସ୍ତ ବିମାନ ଉଡ଼ାଣ ବନ୍ଦ କରିପାରେ ଜେଟ୍‌ ଏୟାରୱେଜ୍‌

jet airways may cancle all flights

ଋଣ ଗ୍ରସ୍ତ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜ୍‌ ଏହାର ସବୁ ବିମାନ ଉଡ଼ାଣ ବନ୍ଦ କରିପାରେ। ପୂର୍ବରୁ ଗତ ଜାନୁୟାରୀରେ ସଂସ୍ଥା ଏହାର ବିମାନ ସଂଖ୍ୟା ୧୪୧ରୁ ୨୬କୁ ଖସାଇ ଦେଇଥିଲା। ପରେ ଗତ ସପ୍ତାହରେ ସେଥିରୁ ୧୫ଟି ବିମାନ ଉଡ଼ାଣ ବନ୍ଦ କରିଦିଆଯାଇଥିଲା। ପାଖାପାଖି ୧୧ଟି ବିମାନ ଉଡ଼ାଣ କରୁଥିଲା। ବିମାନ ସେବା ଜାରି ରଖିବା ଲାଗି ସଂସ୍ଥା ୪୦୦ କୋଟି ଟଙ୍କାର ଜରୁରିକାଳୀନ ସହାୟତା ପାଇଁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଥିଲା। କିନ୍ତୁ ଟଙ୍କା ନ ମିଳିବାରୁ ସବୁ ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବେ ବନ୍ଦ ରଖିବାକୁ ପଡ଼ିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଜେଟ୍‌ ଏୟାରୱେଜର ସମସ୍ୟାଗୁଡ଼ିକର ସମୀକ୍ଷା କରିବା ଲାଗି ବୈଠକ ଡାକିଥିଲେ। ବୈଠକରେ ବିମାନଗୁଡ଼ିକର ବର୍ଦ୍ଧିତ ଭଡ଼ା ଏବଂ ବିମାନ ବାତିଲ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସମୀକ୍ଷା ପରେ ୧୦ଟି ରୁଟ୍‌ରେ ଭଡ଼ା ହ୍ରାସ ପାଇଁ ବିମାନ ନିୟାମକ ପକ୍ଷରୁ ଏୟାରଲାଇନ୍ସକୁ କୁହାଯାଇଥିଲା ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏକ ଟ୍ବିଟ୍‌ କରି କହିଛନ୍ତି।

Previous ଭାରତରେ ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ଟିକ୍‌ଟକ ଆପ୍‌
Next ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ହେବ ମତଦାନ

No Comment

Leave a reply

Your email address will not be published. Required fields are marked *