ଭାରତର ସର୍ବ ପୁରାତନ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍ ଏୟାରୱେଜ୍ ପାଖାପାଖି ୧୦୦ କୋଟି ଡଲାର ଟଙ୍କା ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କଠାରୁ ଋଣ କରିଛି। ଯାହାଦ୍ୱାରକି ସଂସ୍ଥା ଏବେ ଦେବାଳିଆ ଅବସ୍ଥାରେ ପହଞ୍ଚିଛି। ଏହି ସ୍ଥିତିରେ ସୁଧାର ଆଣିବା ଲାଗି ସଂସ୍ଥାକୁ ବର୍ତ୍ତମାନ ପ୍ରାୟ ୮୫୦୦ କୋଟି ଟଙ୍କା ଆବଶ୍ୟକ ପଡୁଛି। ଏଭଳି ସ୍ଥିତିରେ ଋଣଦାତାମାନେ ଋଣ ଅସୁଲ ପାଇଁ ସଂସ୍ଥାର ୭୫% ଅଂଶଧନ ବିକ୍ରି କରିବାକୁ ଯୋଜନା କରିଛନ୍ତି। ସେମାନେ ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅନ୍ୟପଟେ ଜେଟ୍ ଏୟାରୱେଜ ବିକ୍ରି ହୋଇଗଲେ ପାଖାପାଖି ୨୩ ହଜାର କର୍ମଚାରୀ ଚାକିରି ହରାଇବା ଆଶଙ୍କା ଉପୁଜୁଛି । ସଂସ୍ଥାକୁ ଅଧିକ ଋଣ ଦେଇଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସୋମବାର ଏକ ବିବୃତିରେ ଏ ସମ୍ପର୍କରେ ସୂଚନା ଦେଇଛି । ନିଲାମ ପାଇଁ ଆଗ୍ରହୀ ବ୍ୟକ୍ତି ବା ସଂସ୍ଥା ଆସନ୍ତା ୧୦ ତାରିଖ ସୁଦ୍ଧା ନିଲାମ ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି। ଏକଦା ଜେଟ୍ ଏୟାରୱେଜ୍ ଭାରତର ୨ୟ ବୃହତ୍ତ ବିମାନସେବା ପ୍ରଦାନକାରୀ ସଂସ୍ଥା ଭାବେ ଖ୍ୟାତି ଅର୍ଜନ କରିଥିଲା। କିନ୍ତୁ ବିଗତ ୧୧ ବର୍ଷ ମଧ୍ୟରୁ ୯ ବର୍ଷ ଏହି ସଂସ୍ଥା କ୍ଷତିରେ ଚାଲିଆସୁଛି। ସଂସ୍ଥା ବ୍ୟାଙ୍କ ଋଣ ପରିଶୋଧ ଏବଂ କର୍ମଚାରୀଙ୍କୁ ଦରମା ଦେବାରେ ବିଳମ୍ବ କରୁଛି। କେବଳ ସେତିକି ନୁହେଁ କ୍ଷତି ଯୋଗୁ ସଂସ୍ଥାର ବିମାନ ସଂଖ୍ୟା ୧୨୪ରୁ ୨୬କୁ ଖସିଆସିଛି ।
ବିକ୍ରି ହେବ ଜେଟ୍ ଏୟାରୱେଜ୍ର ୭୫% ଅଂଶଧନ
jet air lenders plan to sell 75 percent stakes

No Comment