୧୮ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାଶ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

investment and employment is focused in state

ଆଜି ସଚିବାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାଶ ଓ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକରେ ୨୧୯୬. ୩୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବା ସହ ୩, ୪୬୫ ଜଣ କର୍ମନିଯୁକ୍ତି ପାଇପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସି ଫୁଡ୍ ଇଣ୍ଡଷ୍ଟ୍ରି ସମେତ ୬ଟି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଶିଳ୍ପ ଜରିଆରେ ୬୭୨ କୋଟି ଟଙ୍କା ନିବେଶ ହେବ। ଏହାବ୍ୟତୀତ ଅନୁଗୁଳ ଆଲୁମିନିୟମ୍‌ ପାର୍କରେ ୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ,ଯାଜପୁର କଳିଙ୍ଗନଗରରେ ଇମାମି ସିମେଣ୍ଟ, ଜଗତପୁରରେ ଜୟ ଭାରତ ସ୍ପାଇସ୍, କଳିଙ୍ଗନଗରରେ ପେଲେଟ୍ ପ୍ଲାଣ୍ଟ, ଖୋର୍ଦ୍ଧା ଭଗବାନପୁରରେ ଫ୍ଲାଏ ଆସ ବ୍ରିକ ପ୍ଲାଣ୍ଟର ଲୋକାର୍ପଣ,ଖୋର୍ଦ୍ଧାରେ କୋକାକୋଲାର ବଟଲିଂ ପ୍ଲାଣ୍ଟ, ଢେଙ୍କାନାଳ ଗୁଣ୍ଡିଚାପଡ଼ାରେ ପାଓ୍ୱାର ଆଣ୍ଡ ଷ୍ଟିଲ ପ୍ଲାଣ୍ଟ ସମେତ ୧୫ଟି ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।

Previous ରାଜଧାନୀରେ ବାଘ, ଟ୍ରାଙ୍କ୍ୟୁଲାଇଜିଙ୍ଗ୍‌ ପାଇଁ ୩ ଟି ଦଳର କସରତ
Next ଆଜି ଉଇଁବ ‘ସୁପର୍‌ ସ୍ନୋ ମୁନ୍‌’

No Comment

Leave a reply

Your email address will not be published. Required fields are marked *