ବିଶ୍ୱର ଧନୀ ଦେଶ ତାଲିକାରେ ଷଷ୍ଠ ସ୍ଥାନରେ ଭାରତ

Top 10 Wealthiest Countries in 2017

ବିଶ୍ୱର ଧନୀ ଦେଶ ତାଲିକାରେ ଭାରତ ଷଷ୍ଠ ସ୍ଥାନ ଅଧିକାର କରିଛି । ‘ନିୟୁ ୱାର୍ଲଡ୍ ୱେଲଥ୍’ର ରିପୋର୍ଟ ଅନୁଯାୟୀ ଭାରତର ସମ୍ପତ୍ତିର ପରିମାଣ 8,230 ବିଲିୟନ୍ ଡଲାର୍ ବା ପ୍ରାୟ 52425100କୋଟି ଟଙ୍କା । ଏହି ତାଲିକାର ପ୍ରଥମ ସ୍ଥାନରେ ଆମେରିକା ଥିବା ବେଳେ ଦ୍ୱିତୀୟରେ ଚୀନ ଓ ତୃତୀୟରେ ଜାପାନ ରହିଛି । ତାଲିକାର ଦଶମ ସ୍ଥାନରେ ରହିଛି ଇଟାଲୀ । ଏହି ତାଲିକାରେ କେବଳ ଦେଶରେ ରହୁଥିବା ଲୋକଙ୍କ ବ୍ୟକ୍ତିଗତ ସମ୍ପତ୍ତି (ନଗଦ ଟଙ୍କା, ଇକ୍ୱିଟି, ବ୍ୟବସାୟ ଆଦି)କୁ ହିସାବକୁ ନିଆଯାଇଛି ।

ଏହି ରିପୋର୍ଟ ଅନୁଯାୟୀ, 2017 ବର୍ଷରେ ବିତ୍ତ ବୃଦ୍ଧି କରିଥିବା ଧନୀ ଦେଶ ଗୁଡ଼ିକ ମଧ୍ୟରେ ଭାରତର ପ୍ରଦର୍ଶନ ଶ୍ରେଷ୍ଠ ରହିଛି । 2017 ପୂର୍ବରୁ ଭାରତର ସମ୍ପତ୍ତି ପରିମାଣ 6584 ବିଲିୟନ୍ ଡଲାର୍ ଥିବା ବେଳେ 2018 ବେଳକୁ ଏହା 8230 ବିଲିୟନ୍ ଡଲାର୍ ହୋଇଛି । ସମ୍ପତ୍ତି ବଢ଼ାଇବାରେ ଆମ ଦେଶରେ 25 ପ୍ରତିଶତ ବୃଦ୍ଧି ହୋଇଛି । ଭାରତରେ ଏବେ 1 ନିୟୁତ ଡଲାରରୁ ଅଧିକ ସମ୍ପତ୍ତି ଥିବା ଲୋକଙ୍କ ସଂଖ୍ୟା 330400 । ଭାରତରେ 20730 ମଲ୍ଚିମିଲିୟନେୟାର୍ ଥିବା ବେଳେ 119 ବିଲିୟନେୟାର୍ ଅଛନ୍ତି । ବିଶ୍ୱର ମୋଟ ସମ୍ପତ୍ତି ପରିମାଣ 215 ଟ୍ରିଲିୟନ୍ ବା 215 ଲକ୍ଷ କୋଟି ଡଲାର୍ ସହ ସମାନ । ତେବେ ବିଶ୍ୱର ଶ୍ରେଷ୍ଠ 10 ବିତ୍ତଶାଳୀ ଦେଶର ତାଲିକା ହେଲା:

ଧନୀ ଦେଶ

1. ଆମେରିକା

2. ଚୀନ

3. ଜାପାନ

4. ଗ୍ରେଟ୍ ବ୍ରିଟେନ୍ (ୟୁକେ)

5. ଜର୍ମାନୀ

6. ଭାରତ

7. ଫ୍ରାନ୍ସ

8. କାନାଡ଼ା

9. ଅଷ୍ଟ୍ରେଲିଆ

10. ଇଟାଲୀ

ସମ୍ପତ୍ତି ପରିମାଣ (ବିଲିୟନ୍ ଡଲାର୍)

64,584

24,803

19,522

9,919

9,660

8,230

6,649

6,393

6,142

4,276

 

Previous ଗୋଟିଏ ରାତିରେ 3 ମହାଜାଗତିକ ଦୃଶ୍ୟ: ଆଜି ସୁପର୍ ବ୍ଲୁ ବ୍ଲଡ୍ ମୁନ୍
Next ବଜେଟ୍ 2018: 20ଟି ପଏଣ୍ଟରେ ଜାଣନ୍ତୁ ପ୍ରମୁଖ ଘୋଷଣା

No Comment

Leave a reply

Your email address will not be published. Required fields are marked *