ଭାରତର ବଡ ସଫଳତା:୩ ମିନିଟରେ ଲିଓ ସାଟେଲାଇଟକୁ ଖସାଇ ସଫଳ ହେଲା ମିଶନ ଶକ୍ତି ଅପରେସନ

india fourth country in world to aquire anti satellite capability

ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ବଡ ସଫଳତା ମିଳିଛି । ଅପରେସନ ମିଶନ ଶକ୍ତିକୁ ସଫଳ କରିବାରେ ନିଜର ଦକ୍ଷତାର ପ୍ରୟୋଗ କରି ଭାରତ ଲୋ ଆର୍ଥ ଅରବିଟ୍‌ରେ ଏକ ସାଟେଲାଇଟକୁ ଆକ୍ରମଣ କରିବାରେ ସକ୍ଷମ ହୋଇଛି । ଆଜି ଡିଆର୍‌ଡିଓ ପକ୍ଷରୁ ବିକଶିତ ଆଣ୍ଟି ସାଟେଲାଇଟ୍ ମିସାଇଲ୍ (ଏ-ସ୍ୟାଟ୍ ମିସାଇଲ୍)ର ସଫଳତା ପୂର୍ବକ ପରୀକ୍ଷଣ ପରେ ନୂତନ ଇତିହାସ ରଚିଛି ଭାରତ। ପୃଥିବୀ ଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଆର୍ଥ ଅରବିଟ୍‌ରେ ସ୍ଥାପିତ ଏକ କୃତିମ ଉପଗ୍ରହକୁ ଏ-ସ୍ୟାଟ୍‌ ମିସାଇଲ୍‌ ଜରିଆରେ ଧ୍ୱଂସ କରାଯାଇଛି। ଏପରି ବିରଳ ସଫଳତା ହାସଲ କରିବାରେ ଭାରତ ହେଉଛି ବିଶ୍ୱର ଚତୁର୍ଥ ରାଷ୍ଟ୍ର। ପୂର୍ବରୁ କେବଳ ଆମେରିକା, ଋଷ ଓ ଚୀନ ପାଖରେ ଏହି ଆଣ୍ଟି ସାଟେଲାଇଟ୍ ମିସାଇଲ୍ ଥିଲା।  ମିଶନ ଶକ୍ତି ଅପରେସନ ଅତି କଷ୍ଟକର  ଥିଲା । ଭାରତ ମିଶନ ଶକ୍ତି ଅପରେସନକୁ ମାତ୍ର ୩ ମିନିଟରେ ପୁରା କରିଛି । ଏହି ସଫଳତାକୁ ଦେଶବାସୀଙ୍କୁ ଜଣାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି,ଏହି ସଫଳତା ଲାଗି ଦେଶବାସୀ ଗର୍ବ ଅନୁଭବ କରିବା ଉଚିତ। ଏହି ଅବସରରେ ସେ ଡିଆରଡିଓ ବୈଜ୍ଞାନିକମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଚୀନ୍ ୨୦୧୦ ରେ ଏହି ଟେକନିକ୍ ର ସଫଳ ପରୀକ୍ଷଣ କରିଥିଲା । ଯଦି କେବେ ଅନ୍ତରୀକ୍ଷରେ ଯୁଦ୍ଧ ଲଢାଯିବ ତେବେ ଆଣ୍ଟି – ସାଟେଲାଇଟ୍ ଟେକନିକ୍ ରଖିଥିବା ଦେଶ ସେଥିରେ ବାଜିମାତ୍ କରିବ ବୋଲି କୁହାଯାଉଛି । ଏହି ଟେକନିକ୍ ମାଧ୍ୟମରେ ପୃଥିବୀରେ ବସି ଅନ୍ତରୀକ୍ଷରେ ବୁଲୁଥିବା ସାଟେଲାଇଟ୍ କୁ ବନ୍ଦ କରାଯାଇପାରିବ ।

Previous  ଆଇପିଏଲରେ ମଙ୍କଡିଂ ଚର୍ଚା
Next ରାଜ୍ୟର ୭ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ଆଶଙ୍କା

No Comment

Leave a reply

Your email address will not be published. Required fields are marked *