ଫୋନିରେ ହୋଟେଲ୍‌ ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ ,ପୁରୀ ସହରରରେ ୮୦ପ୍ରତିଶତ କ୍ଷୟକ୍ଷତି

hotel industry of odisha limps with 500 crore losses due to fani

ବାତ୍ୟା ଫନିରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହାର ଭରଣା ପାଇଁ ଓଡିଶା କେରଳ ମଡେଲ ଆପଣେଇବ । ବ୍ୟାଙ୍କର୍ସ, ଇନସ୍ୟୁରାନ୍ସ ଓ ଟେଲିକମ କମ୍ପାନୀଙ୍କ ସହ ଏ ନେଇ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀ ଆଲୋଚନା କରିଛନ୍ତି । କେରଳ ମଡେଲ ଆପଣେଇବା ଦ୍ୱାରା ଟିକିନିଖି କାଗଜପତ୍ର ଦରକାର ପଡିବନାହିଁ । କେବଳ ଆପ୍ଲିକେଶନ ଫର୍ମରେ ଇନସ୍ୟୁରାନ୍ସ କ୍ଲେମ କରାଯାଇପାରିବ । ଏହାସହ ମୁଦ୍ରା ଯୋଜନାରେ ହୋଟେଲ ବ୍ୟବସାୟୀଙ୍କୁ ଋଣ ଦିଆଯିବ । ସୁଧହାରକୁ କୋହଳ କରାଯିବ । ଦୁଇଦିନ ଭିତରେ ଇନସ୍ୟୁରାନ୍ସ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଏମଏସଏମଇ ଓ ଫସଲ ବୀମା କ୍ଷେତ୍ରରେ ଋଣ ଦେବା ସର୍ତକୁ କୋହଳ କରାଯିବ । କ୍ଲେମ କରିଥିବା ସଂସ୍ଥା ବା ବ୍ୟକ୍ତି ଇନସ୍ୟୁରାନ୍ସ ପାଇଁ  ସବୁ କାଗଜ ପତ୍ର ନଦେଇ ପରିଲେ ମଧ୍ୟ ତୁରନ୍ତ ଟଙ୍କା ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କୁ ଫସଲ ନଷ୍ଟ ରିପୋର୍ଟ ଦେବାକୁ କୁହାଯାଇଛି ।  ଇନସ୍ୟୁରାନ୍ସ ସର୍ଭେ କରିବାକୁ ଆନ୍ଧ୍ରରୁ ଅଫିସର ଆସିଛନ୍ତି । କଟକ, ଖୋର୍ଧା, ପୁରୀ. ଗଞ୍ଜାମ ଓ ଜଗତସିଂହୁପରରେ ୧୯୯୨ ବ୍ୟାଙ୍କରୁ ୧୯୩୪ଟି କାମ କରୁଥିବାର  ସୂଚନା ମିଳିଛି। ପୁରୀରୁ ୨୭ରୁ ୨୮ ପ୍ରତିଶତ କାମ କରୁଛି । ସପ୍ତାହକ ମଧ୍ୟରେ ବିଜୁଳି ଆସିବା ପରେ ସମସ୍ତ ଏଟିଏମ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ବାତ୍ୟା ଯୋଗୁ ହୋଟେଲ୍‌ ଶିଳ୍ପ ୫୦୦ କୋଟିରୁ ଅଧିକ ଟଙ୍କାର କ୍ଷତି ସହିଛି ବୋଲି ‘ହୋଟେଲ୍‌ ଆଣ୍ଡ୍ ରେଷ୍ଟୁରାଣ୍ଟ୍ ସଂଘ’ର ସୂଚନା ଦେଇଛି । ବିଶେଷକରି ପୁରୀ ଓ ଭୁବନେଶ୍ୱରରେ ଥିବା ହୋଟେଲ୍‌ଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ହୋଇଛି। ପୁରୀ ସହରର ୮୦ ପ୍ରତିଶତରରୁ ଅଧିକ ହୋଟେଲ୍‌ ‘ଫନି’ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ତେଣୁ ସମସ୍ତ ବ୍ୟାଙ୍କ ପକ୍ଷରୁ ତୁରନ୍ତ ଋଣ ବ୍ୟବସ୍ଥା ସହିତ କ୍ଷୟକ୍ଷତି ପାଇଁ ବୀମା କମ୍ପାନୀଗୁଡ଼ିକ ୫୦ ପ୍ରତିଶତ ଅର୍ଥ ଅଗ୍ରୀମ ଦେବାକୁ ସଂଘ ଦାବି କରିଛି।

Previous ଫନି କ୍ଷୟକ୍ଷତି ନେଇ ସରିଲା କେନ୍ଦ୍ରୀୟ ଟିମର ଅନୁଧ୍ୟାନ
Next ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ପାଇଁ ତିଆରି ହେବ ଛାମୁଡ଼ିଆ

No Comment

Leave a reply

Your email address will not be published. Required fields are marked *