ଆଜି ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ: ପ୍ରବେଶ ପାଇଁ ୯ଟି ଗେଟ୍‌ ଖୋଲା

Hockey World Cup 2018 Opening Ceremony

ଭୁବନେଶ୍ୱରରେ ଆଜି ବହୁ ପ୍ରତିକ୍ଷିତ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ , ସୁରକ୍ଷା ବଳୟରେ ରହିଛି କଳିଙ୍ଗ ଷ୍ଟାଡିୟମ। ଗତକାଲି ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବକୁ ନେଇ DGP କରିଥିବା ସାମ୍ବାଦିକ ସମ୍ମିଳନୀରୁ ସୂଚନା ମିଳିଛି ଯେ ଷ୍ଟାଡିୟମ ଭିତରେ ୧୮୦ଟି ସିସିଟିଭି କ୍ୟାମେରା, ଅନ୍ୟ ୨୮ଟି ସ୍ଥାନରେ ୧୩୦ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏହାସହ ୨ଟି କଣ୍ଟ୍ରୋଲ ରୁମ୍‌ ଖୋଲା ଯିବାସହ ଗୁଇନ୍ଦାକୁ କ୍ରିୟାଶୀଳ କରାଯାଇଛି, ବିଭିନ୍ନ ସ୍ଥାନରେ ସାଧା ପୋଷାକଧାରି ପୋଲିସ ରହିବେ। କଳିଙ୍ଗ ଷ୍ଟାଡିୟମରେ ୭୫ ପ୍ଲାଟୁନ ପୋଲିସ ମୁତୟନ ରହିବା ସହ ଅପ୍ରୀତିକର ପରିସ୍ଥିତି ମୁକାବିଲା ପାଇଁ ରହିବେ ୫ଟି QRT, ୨ଟି STU, ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍‌ ।
ଏହାସହ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରବେଶ ପାଇଁ ୯ଟି ଗେଟ୍‌ ଖୋଲା ରହିଛି। ତେବେ ସମସ୍ତ ଗେ‌ଟ୍‌ ଦେଇ ଦର୍ଶକମାନେ ପ୍ରବେଶ କରିପାରିବେ ନାହିଁ। ୯ ନମ୍ବର ଗେଟ୍‌ ବାଟେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଭିଭିଆଇପିମାନେ ପ୍ରବେଶର ବନ୍ଦୋବସ୍ତ କରାଯାଇଛି। ୨ ନମ୍ବର ଗେଟ୍‌ରେ ପାସ୍‌ଧାରି, ଗଣମାଧ୍ୟମ ପ୍ରତିନିଧି ଏବଂ ମ୍ୟାଚ୍‌ ଅଫିସିଆଲ୍‌ମାନେ ପ୍ରବେଶ କରିବେ। ୪ ନମ୍ବର ଗେଟ୍‌ରେ କେବଳ ଖେଳାଳିମାନେ ଷ୍ଟାଡିୟମ ଭିତରକୁ ଯିବେ। ୨, ୪ ଓ ୯ ନମ୍ବର ଗେଟ୍‌କୁ ଛାଡ଼ି ଅନ୍ୟ ୬ଟି ଗେଟ୍‌ରେ ଦର୍ଶକମାନେ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ଏହାସହ କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ଆସନ୍ତା କଲି ଉଦଘାଟନୀ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବାରବାଟୀ ଶୋ’ରେ ସଲମାନ ଖାନ୍‌, ପ୍ରଭାସ, ଏ.ଆର୍ ରେହମାନ ଯୋଗଦେର ଥିବାବେଳେ ଦିନ ୨ଟା ୩୦ରୁ ଖୋଲିବ ଷ୍ଟାଡିୟମ ଗେଟ୍ । ୫ଟା ୩୦ରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ଷ୍ଟାଡିୟମ ଭିତରକୁ ପାଣି ବୋତଲ, ବ୍ୟାଗ୍, ଫଳ, ବିସ୍କୁଟ ପ୍ୟାକେଟ, ମିରର୍ ନେବାକୁ ମନା ହୋଇଛି କେବଳ ମହିଳାମାନେ ଷ୍ଟାଡିୟମ ଭିତରକୁ ବ୍ୟାଗ୍ ନେଇପାରିବେ। ହକି ବିଶ୍ୱକପ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ ଦିନ ୧.୩୦ ପରେ ବନ୍ଦ ରହିଥିବା ବେଳେ ଭୁବନେଶ୍ୱରର ସବୁ ଶିକ୍ଷାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିଛି । ଦିନ ୧ଟା ୩୦ରୁ ଭୁବନେଶ୍ୱରର ସବୁ ସରକାରୀ ଅଫିସ ବନ୍ଦ ରହିଛି । ସେହିଭଳି ଆସନ୍ତା କଲି ଦିନ ୧ଟା ୩୦ ପରେ କଟକର ସବୁ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ ବନ୍ଦ ରହିବ । ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଗତକାଲି ଭୁବନେଶ୍ୱରରେ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ ପହଁଚିଥିବା ବେଳେ ଆଜି କିଙ୍ଗ ଖାନ ଶାହାରୁଖୁ ପହଞ୍ଚିଛନ୍ତି ।ଉଦଘାଟନୀ ଉତ୍ସବରେ “ଦି ଆର୍ଥ ସଙ୍ଗ”ରେ ନୃତ୍ୟ ପରିବେଷଣ କରିବେ ମାଧୁରୀ । ଏଥିପାଇଁ ଗୋଟିଏ ଦିନ ପୂର୍ବରୁ ରାଜଧାନୀରେ ପହଞ୍ଚିଥିଲେ ଧକ୍ ଧକ୍ ଗର୍ଲ । ପ୍ରାୟ ୧୧୦୦ କଳାକାରଙ୍କ ସହ ନୃତ୍ୟ ପ୍ରଦର୍ଶନ କରିବେ ମାଧୁରୀ । ମାଧୁରୀଙ୍କ ଏକ ଝଲକ ପାଇଁ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି । ଏହାସହ ଗତ କଲି 16ଟି ଦେଶର ଅଧିନାୟକଙ୍କ ସହ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଫଟୋ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Previous   'ମୋ ସାଇକେଲ୍‌'
Next ଆଜି ବାରବାଟୀରେ ବିଶ୍ୱକପ୍ ହକିର ଦ୍ୱିତୀୟ ଉଦ୍‌ଘାଟନୀ ଉତ୍ସବ , ଯୋଗଦେବେ ସଲମାନ

No Comment

Leave a reply

Your email address will not be published. Required fields are marked *