ରାଜ୍ୟରେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ,ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ

heatwave alert in odisha

ରାଜ୍ୟରେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ, ବଢୁଛି ତାପମାତ୍ରା । ଆସନ୍ତା ୨୨ ତାରିଖ ଯାଏ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ । ବିଶେଷକରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ତାତି ଅଧିକା ରହିବ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ରହିବାର ଆଶଙ୍କା କରାଯାଇଛି । ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଜଳ ଛତ୍ର ଓ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଖରାରେ ନ ବାହାରିବା, କାମ କରିବା ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପାଣି ରଖିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ଦିନ ୧୨ଟରୁ ୩ଟା ମଧ୍ୟରେ ବାହାରକୁ ନବାହାରିବାକୁ କୁହାଯାଇଛି । ଆଉ ବାହାରକୁ ବାହାରିଲେ ମୁଣ୍ଡରେ ଓଦା କନା ପକାଇବାକୁ ପରାମର୍ଶ ଦିଆଯାଇଛି । ସେହିଭଳ ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟର ସମସ୍ତ ଚିକିତ୍ସାଳୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Previous ରାଜଧାନୀର ୨ଟି ସ୍ଥାନରୁ ୬ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ
Next ଆସନ୍ତାକାଲି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

No Comment

Leave a reply

Your email address will not be published. Required fields are marked *