ଦୁଇ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ !

heat wave warning for these six districts of odisha

ସାରା ରାଜ୍ୟରେ ଅସହ୍ୟ ଗରମ । ସୂର୍ଯ୍ୟଙ୍କ କୋପରେ ଶିଝୁଛି ଓଡ଼ିଶା । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଉ ଦୁଇ ଦିନ ପର୍ଯ୍ୟନ୍ତ ବି ଏହିଭଳି ସ୍ଥିତି ରହିବ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆସନ୍ତାକାଲି ପର୍ଯ୍ୟନ୍ତ ୬ଟି ଜିଲ୍ଲା ପାଇଁ ହିଟ୍ ୱେଭ୍‌ ସତର୍କତା ଜାରି କରିଛି। ସେହି ଜିଲ୍ଲାଗୁଡ଼ିକ ହେଉଛି- ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଦେବଗଡ଼, ବରଗଡ଼ ଓ ନବରଙ୍ଗପୁର। ଏହା ସହିତ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ସାମାନ୍ୟଠାରୁ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଟିଟିଲାଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ଅସ୍ୱାଭାବିକ ଭାବେ ବଢ଼ିବାରେ ଲାଗିଛି। ଟିଟିଲାଗଡ଼ରେ ଗତକାଲି ତାପମାତ୍ର ୪୫ ଡିଗ୍ରୀ ରହିଥିଲା। ଏହାସହ ଗତକାଲି ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୩.୮ ଡିଗ୍ରୀ, ବଲାଙ୍ଗିରରେ ୪୩.୬, ସମ୍ବଲପୁରରେ ୪୩.୪, ସୋନପୁରରେ ୪୩.୨, ଭବାନୀପାଟଣାରେ ୪୩, ତାଳଚେରରେ ୪୨.୫, ହୀରାକୁଦରେ ୪୨.୪, ସୁନ୍ଦରଗଡ଼ ଓ ମାଲକାନଗିରିରେ ୪୨ ଏବଂ ଅନୁଗୋଳରେ ୪୦.୭ ଡିଗ୍ରୀ ରହିଥିଲା। ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୩୭ ଓ ୩୬.୮ ଡିଗ୍ରୀ ରହିଥିଲା।

Previous ଆଗରୁ କାର୍‌କୁ ପିଟିଲା ଟ୍ରକ୍‌; ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ
Next ୨୦୧୯ ନିର୍ବାଚନ ମହାକୁମ୍ଭ:ଚାଲିଛି ଭୋଟ ଗଣତି,ଦେଶରେ ବିଜେପି ରାଜ୍ୟରେ ବିଜେଡି ଆଗୁଆ

No Comment

Leave a reply

Your email address will not be published. Required fields are marked *