ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରାହିଛି। ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଅଜିମଧ୍ୟ ଖରାର ପ୍ରକୋପ ବଢିଛି । ଟିଟଲାଗଡରେ ସର୍ବୋଚ୍ଚ ତାପମାତ୍ରା ୪୪ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ଵର ରେ୪୦ ପାଖାପାଖି ତାପମାତ୍ରା ରହିଛି । ସେହିପରି ଗତକାଲି ବଲାଙ୍ଗୀରରେ ୪୩, ଝାରସୁଗୁଡାରେ ୪୨.୨, ଭବାନୀପାଟଣା, ମାଲକାନଗିରି ଓ ସୋନପୁରରେ ୪୨, ସମ୍ବଲପୁରରେ ୪୧.୯, ହୀରାକୁଦରେ ୪୧.୫ ଓ ଅନୁଗୋଳରେ ୪୧.୧, ସୁନ୍ଦରଗଡ ୪୦.୫ ଓ ଫୁଲବାଣୀ ୪୦.୨ ଡିଗ୍ରୀ ରେକର୍ଡ କରାଯାଥିଲା। ତେବେ ରାଜଧାନୀର ତାପମାତ୍ରା ୩୮.୨, କଟକରେ ୩୯ ଡିଗ୍ରୀ ରହିଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ୩ ଦିନ ଧରି ଜାରି ରହିବ ଏହି ଭଳି ଗ୍ରୀଷ୍ମ ପ୍ରବାହ । ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ ।
ଖରାରେ ସିଝୁଛି ସାରା ଓଡ଼ିଶା
heat wave in odisha

No Comment