ଖରାରେ ସିଝୁଛି ସାରା ଓଡ଼ିଶା, ଆହୁରି ୨ ଦିନ ରହିବ ତାତି

heat wave grips odisha

ଖରାରେ ସିଝୁଛି ସାରା ରାଜ୍ୟ । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଗତକାଲି ରାଜଧାନୀରେ ତାପମାତ୍ରା୪୩ ଡିଗ୍ରୀ ଟପିଥିବା ବେଳେ ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଟାଣ ଖରାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଜି ଦିନ ସାଢ଼େ ୧୧ଟା ସୁଧା ଭୁବନେଶ୍ବର ତାପମାତ୍ରା ୩୮ ଡିଗ୍ରୀ, ସମ୍ବଲପୁର ୩୫.୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆଗାମୀ ୨ ଦିନ ପର୍ଯ୍ୟନ୍ତ ଏଭଳି ତାତି ରହିବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ  ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାସହ ୧୦ ଜିଲ୍ଲା ପାଇଁ କାଳବୈଶାଖୀ ଓ ବଜ୍ରପାତ ସତର୍କତା ସୂଚନା ଜାରି କରାଯାଇଛି ।ଏହି ୧୦ ଜିଲ୍ଲା-ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଯାଜପୁର।

Previous ପୁଲିଂ ଗାଡି ଜାଳିଦେଲେ ଦୃର୍ବୁତ୍ତ
Next ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ରାଜ୍ୟରେ ହୋଇଛି ୧୮% ମତଦାନ

No Comment

Leave a reply

Your email address will not be published. Required fields are marked *