୨୨ରୁ ବଢିବ ତାତି

heat wave from 22nd march

କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ରହିବା ସହିତ କାଳବୈଶାଖୀ ହେଉଥିଲେ ହେଁ ଆଜି ତାତି ବଢି ପାଗ ବଦଳିଛି । ତେବେ ଏ ଅବସ୍ଥା ଆଉ ଦୁଇ ଦିନ ରହିବା ସହ ୨୨ ତାରିଖଠାରୁ ରାଜ୍ୟରେ ତାପମାତ୍ର ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ବି ରହିପାରେ ବୋଲି କୁହାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି, ଆଜି ଓ ଆସନ୍ତାକାଲି ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଭଳି କିଛି ଜିଲ୍ଲାରେ ଝଡ଼ବର୍ଷା ହୋଇପାରେ। ତେବେ ଆଜି ଭୁବନେଶ୍ୱର ସମେତ ରାଜ୍ୟର ଆଉ କେତେକ ସ୍ଥାନରେ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହିଛି ।

Previous ନାମାଙ୍କନ ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Next ବହୁମତ ପ୍ରମାଣିତ କଲେ ପ୍ରମୋଦ ସାୱନ୍ତ

No Comment

Leave a reply

Your email address will not be published. Required fields are marked *